ଆଜି ନିଟ୍ ପୋଷ୍ଟ ଗ୍ରାଜୁଏସନ ସଂରକ୍ଷଣ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟ ନିଟ୍ ପୋଷ୍ଟ ଗ୍ରାଜୁଏସନ ସଂରକ୍ଷଣ ମାମଲାର ଶୁଣାଣି କରିବେ । ଆଜି ପୁଣିଥରେ କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରଧାନ ବିଚାରପତି ଏନ.ବି. ରମନାଙ୍କ ନେତୃତ୍ୱରେ ଏକ ବେଂଚରେ କହିଛନ୍ତି ଯେ, ପିଜିରେ ନୂତନ ଛତ୍ର ଗ୍ରହଣ ନ କରିବା କାରଣରୁ ଜୁନିଅର ଡାକ୍ତରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ବୁଝିବା ଉଚିତ୍ ।
ମେଡ଼ିକାଲ ପିଜିରେ ନୂତନ ଛାତ୍ରଛାତ୍ରୀଙ୍କ ଅଡ଼ମିଶନ ସମଗ୍ର ଦେଶରେ ଥବବା ସ୍ନାତକୋତର ଡାକ୍ତରୀ ଛାତ୍ରମାନଙ୍କୁ ପ୍ରଭାବିତ କରିଛି କାରଣ ସେମାନଙ୍କୁ ଜୁନିୟର ଡାକ୍ତର ଭାବରେ ଡାକ୍ତରଖାନାରେ ଅଧିକ କର୍ତବ୍ୟ କରିବାକୁ ପଡ଼ୁଛି । ଏହା ତାଙ୍କ ଅଧ୍ୟୟନକୁ ମଧ୍ୟ ପ୍ରଭାବିତ କରୁଛି । ଜୁନିୟର ଡାକ୍ତରମାନେ ଦେଶର ବିଭିନ୍ନ ସ୍ଥାନରେ ଏହା ବିରୋଧରେ ଆନ୍ଦୋଳନ କରୁଛନ୍ତି । ଏହି କାରଣରୁ କୋର୍ଟ ଏହି ମାମଲା ଶୀଘ୍ର ଶୁଣାଣୀ କରିାବକୁ ଦାବି କରିଛନ୍ତି ।
