ବଦଳି ଗଲା ସୁକନ୍ୟା ସମୃଦ୍ଧି ଯୋଜନା ! ଟଙ୍କା ରଖୁଥିଲେ ନିଶ୍ଚୟ ପଢନ୍ତୁ
ନୂଆଦିଲ୍ଲୀ : ଝିଅମାନଙ୍କ ପାଇଁ ଆସିଗଲା ବଡ ଖୁସି ଖବର । ସୁକନ୍ୟା ସମୃଦ୍ଧି ଯୋଜନାକୁ ନେଇ ସରକାର ଜାରି କଲେ କଡା ନିୟମ । ଏବେ ଠାରୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଲାଗୁ ହେବାକୁ ଯାଉଛି ବହୁତ ବଡ ଗୁରୁତ୍ୱପୂର୍ଣ୍ଣ ନିୟମ । ଯାହାଦ୍ଵାରା ଆପଣ ପାଇ ପାରିବେ ଝିଅକୁ ନେଇ ବିଶେଷ ସୁବିଧା । ଏବଂ ସଠିକ୍ ସମୟରେ ପାଇପାରିବେ ଏହାର ଡବଲ ଫାଇଦା । ସୁକନ୍ୟା ସମୃଦ୍ଧି ଯୋଜନାରେ ଲାଗୁ ହେଇଛି ନୂଆ ନିୟମ । ସଠିକ୍ ସମୟରେ ଉଠାଇ ପାରିବେ ଜମା ଟଙ୍କା । ଝିଅ ବାହାଘର ହେଉ ବା ଶିକ୍ଷା ପାଇଁ ଉଠାଇ ପାରିବେ ଏହି ଜମାର ଅର୍ଥ ।
କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଏହି ଅର୍ଥରେ ସୁଧ ୦.୭ ଟଙ୍କାରେ ଉପଲବ୍ଧ । ଏହି ଯୋଜନାରେ ୧୫ ବର୍ଷ ଯାଏଁ ଜମା କରିବାକୁ ପଡ଼ିବ ଟଙ୍କା । ଏଥିରେ ୨୧ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ଚାହିଁଲେ କରିପାରିବେ । ମୁଖ୍ୟତଃ ଏଥିରେ ୧୫ ବର୍ଷ ଯାଏଁ ଟଙ୍କା ଜମା କରିଲେ ମଧ୍ୟ ଏହା ଆଗକୁ ୬ ବର୍ଷ ଯାଏଁ ଆକ୍ଟିଭ ରହିବ । ଆପଣଙ୍କ ଝିଅର ବୟସ ୧୮ ବର୍ଷ ହୋଇଥିଲେ ଆପଣ ଏଥିରେ ଟଙ୍କା ଉଠାଇ ପାରିବେ । ଏଥିରେ ୫୦ ପ୍ରତିଶତ ସୁଧ ହାର ହିସାବରେ ଆପଣ ଟଙ୍କା ଉଠାଇ ପାରିବେ । ବାହାଘରର ପୂର୍ବ ପ୍ରଥମ ମାସ ଏବଂ ତିନି ମାସ ପରେ ମଧ୍ୟ ଉଠାଇପାରିବେ ଟଙ୍କା ।
୨୧ ବର୍ଷ ବୟସ ପରେ ଆପଣଙ୍କୁ ଜମା ରାଶିର ପୁରା ଟଙ୍କା ମିଳିଥାଏ । ଝିଅମାନେ ଦଶମ ପଢ଼ିବା ପରେ ଉଚ୍ଚ ଶିକ୍ଷା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାରେ ଜମା କରିଥିବା ଟଙ୍କାର ଅଧା ବା ୫୦ ପ୍ରତିଶତ ଟଙ୍କା ଆପଣ ଉଠାଇପାରିବେ । ଏହି ସୁବିଧା କେବଳ ୧୮ ବର୍ଷ ପରେ ହିଁ ପାଇପାରିବେ । ଟଙ୍କା କିସ୍ତି ଅନୁସାରେ ବା ଏକା ଥରକେ ଉଠାଇ ପାରିବେ । କିନ୍ତୁ ବର୍ଷକୁ ଥରେ ଏବଂ ୫ଟି କିସ୍ତିରେ ଟଙ୍କା ଉଠାଇ ପାରିବେ । ଟଙ୍କା ଉଠାଇବା ପାଇଁ ଝିଅର ପରିଚୟ ପତ୍ର ସହିତ ସମସ୍ତ ପ୍ରକାରର ଶିକ୍ଷାଗତ ପ୍ରମାଣପତ୍ର ଦରକାର ପଡ଼ିଥାଏ ।
