ରାଜଧାନୀରେ ଯୁବତୀଙ୍କ ଆତ୍ମହତ୍ୟା
ଭୁୁବନେଶ୍ୱର : ରାଜଧାନୀର ଖଣ୍ଡଗିରି ଥାନା ଅଂଚଳରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୁବତୀ ରହୁଥିବା ହଷ୍ଟେଲରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି । ମୃତ ଯୁବତୀ ଜଣକ ହେଉଛନ୍ତି ପୁରୀ ଜିଲା ତିରିପଦା ଗଡ଼ର ଦୀପ୍ତି ପାଣି । ସେ ଖଣ୍ଡଗିରି ବାରଭୁଜାରେ ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ । ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ଘଟଣା ସ୍ଥଳରେ ପୋଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି ।
