ଲାଲ ଶାଢ଼ି ପିନ୍ଧି ପ୍ରଶଂସକଙ୍କୁ ପାଗଳ କଲେ ସୁହାନା ଖାନ୍, ଭାଇରାଲ ହେଉଛି ଫଟୋ
ମୁମ୍ବାଇ: ବଲିଉଡର ବାଦଶାହ ଅଭିନେତା ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି । ଲାଇମଲାଇଟ୍ ଠାରୁ ଦୂରେଇ ରହିଥିବା ସୁହାନା ସୋସିଆଲ ମିଡିଆରେ ସକ୍ରୀୟ ରହିଥାନ୍ତି । ଏହି କାରଣରୁ ବଲିଉଡକୁ ଆସିବା ପୂର୍ବରୁ ମଧ୍ୟ ସୁହାନା ଖାନଙ୍କ ପ୍ରଶଂସକ ଖୁବ୍ ଅଧିକ । ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିବା ସୁହାନା ସୋସିଆଲ ମିଡିଆରେ ଅନେକ ସମୟରେ ନିଜର ଫଟୋ ଏବଂ ଭିଡିଓ ସେୟାର କରନ୍ତି । କେବଳ ଏତିକି ନୁହେଁ, ସୁହାନାଙ୍କ ଏହି ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ବହୁତ ଭାଇରାଲ ହୁଏ ଏବଂ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି
ଏହି ସମୟରେ, ସୁହାନାଙ୍କ ଆଉ କିଛି ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୁହାନା ଖାନଙ୍କ ଦୁଇଟି ଫଟୋ ସେୟାର କରିଛନ୍ତି । ଯେଉଁ ଫଟୋରେ ସୁହାନା ଲାଲ ରଙ୍ଗର ଶାଢ଼ି ପିନ୍ଧିଥିବାର ନଜର ଆସିଛନ୍ତି । ସୁହାନା ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଲାଲ୍ ରଙ୍ଗର ଶାଢ଼ି ପିନ୍ଧିଛନ୍ତି । ସୁହାନାଙ୍କ ଟ୍ରାଡିଶନାଲ୍ ଲୁକ୍ ପ୍ରଂଶସକଙ୍କୁ ବହୁତ ପସନ୍ଦ ଆସିଛି । ଲାଲ୍ ଶାଢ଼ି ସହିତ ବ୍ୟାକଲେସ ବ୍ଲାଉଜ୍ ଗ୍ଲାମରସ୍ ଦେଖାଯାଉଛନ୍ତି । ଖାସ୍ କରି ତାଙ୍କ ମଥାରେ ଏକ ଛୋଟ ଟିକିଲି ତାଙ୍କୁ ମୁହଁଙ୍କୁ ଆହୁରି ସୁନ୍ଦର କରୁଛି । ଏହି ଫଟୋକୁ ଏପର୍ଯ୍ୟନ୍ତ ୧ ଲକ୍ଷ ୪୭ ହଜାରରୁ ଅଧିକ ପସନ୍ଦ କରିଥିବାବେଳେ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି ।
