ବଲିଉଡ୍ରେ ଡେବ୍ୟୁ କରିବେ ସୁହାନା ଖାନ୍
ମୁମ୍ବାଇ : ବଲିଉଡ୍ରେ କିଙ୍ଗ ଖାନ ଶାହାରୁଖ୍ ଓ ଗୌରୀଙ୍କ ଝିଅ ସୁହାନା ଏବେ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଶାହାରୁଖ୍ ବଲିଉଡ୍ ଫିଲ୍ମ ସବୁ ବେଳେ ସୁପର ହିଟ ହୋଇଥାଏ | ଶାହାରୁଖ୍ ପରେ ତାଙ୍କ ଝିଅ ସୁହାନା ଏବେ ବଲିଉଡ୍ରେ ନିଜର ଜଲଓ୍ବା ଦେଖାଇବେ। ଅନେକ ଦିନ ହେବ ସୁହାନାଙ୍କର ବଲିଉଡ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ତାଙ୍କର ସୋସିଆଲ ମିଡିଆରେ ଫ୍ୟାନ୍ ଫଲୋର୍ସଙ୍କ ଧାଡି ଲମ୍ବିଛି ।ସେ ମଧ୍ୟ ବଲିଉଡ୍ରେ ଖୁବ୍ ଶୀଘ୍ର ଡେବ୍ୟୁ କରିବେ । ତାହା ବର୍ତ୍ତମାନ ସ୍ପଷ୍ଟ ହୋଇଛି।
ନିକଟରେ ସୁହାନା ଡାଇରେକ୍ଟର ତଥା ନିର୍ଦ୍ଦେଶିକା ଜୋୟାଙ୍କ ଅଫିସ୍ ବାହାରେ ଦେଖିବାକୁ ମିଲିଥିଲା । ହେଲେ ଶୁଣିବାକୁ ମିଳୁଛି କି ଜୋୟା ସୁହାନଙ୍କୁ ତାଙ୍କର ଆଗାମୀ ଫିଲ୍ମରେ ନଜର ଆସିବା ନେଇ ଚର୍ଚ୍ଚା ହେଉଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ତାହାକୁ ନେଇ ଏବେ ବହୁ ଚର୍ଚ୍ଚା ଲାଗି ରହିଛି । ଜୋୟା ‘ଆର୍ଚି କମିକ୍ସ’ ଉପରେ ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସୁହାନାଙ୍କ ବ୍ୟତୀତ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଏବଂ ଅମିତାଭ ବଚ୍ଚନଙ୍କ ନାତୀ ଅଗସ୍ତ୍ୟା ନନ୍ଦାଙ୍କ ସହ ସ୍କ୍ରିନ୍ ସେୟାର କରିପାରନ୍ତି। ତେବେ ଏହି ଖବର କେତେ ଦୁର୍ ସତ ତାହା ପୂରା ଘଟଣା ସାମ୍ନାକୁ ଆସିବା ପରେ ହିଁ ଜଣାପଡିବ।
