ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅବ୍ଦଲା ହମଦୋକ
ନୂଆଦିଲ୍ଲୀ : ସୁଦାନରେ ଚାଲିଥିବା ଅସ୍ଥିରତା ମଧ୍ୟରେ ପ୍ରଧାନମନ୍ତ୍ରୀ ଅବ୍ଦଲା ହମଦୋକ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ସଂଯୁକ୍ତ ରାଷ୍ଟ୍ରର ପୂର୍ବତନ ଅଧିକାରୀ ହମଦୋକଙ୍କୁ ସୁଦାନ ସରକାରରେ ଏକ ପ୍ରମୁଖ ଚେହେରା ଭାବେ ଗଣା ଯାଉଥିଲା । ତେବେ ଅକ୍ଟୋବରରେ ଦେଶର ସେନା ସହ ଏକ ଚୁକ୍ତି ପରେ ତାଙ୍କୁ ପୁଣି ପ୍ରଧାନମନ୍ତ୍ରୀ ଦାୟିତ୍ୱ ମିଳିଥିଲା । ଶେଷରେ ସେ ୨ ମାସ ପରେ ଇସ୍ତଫା ଦେଇଛନ୍ତି ।
ସେହି ସମୟରେ ମନ୍ତ୍ରିମଣ୍ଡଳ ଗଠନରେ ଅବ୍ଦୁଲ ସଫଳ ହୋଇପାରିନଥିଲେ। ତେଣୁ ସେ ଇସ୍ତଫା ଦେବା ପୂର୍ବ ନିର୍ଦ୍ଧାରିତ ଥିଲା ବୋଲି ଅନୁମାନ କରାଯାଉଛି । ଅବ୍ଦଲା ସେହି ସମୟରେ ଇସ୍ତଫା ଦେଇଛନ୍ତି ଯେତେବେଳେ ସୁଦାନ ସୁରକ୍ଷା ଓ ଅର୍ଥନୈତିକ ଜନତି ସମସ୍ୟାର ମୁକାବିଲା କରୁଛି । ସୂଚନା ଯେ, ଏକ ଟିଭି କାର୍ଯ୍ୟକ୍ରମରେ ଅବ୍ଦଲା କହିଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ପଦ ଛାଡିବା ପରେ ଅନ୍ୟ କୌଣସି ବ୍ୟକ୍ତି ନେତୃତ୍ୱ ନେବେ । କିନ୍ତୁ ସେ ନିଜ ଉତ୍ତରାଧିକାରୀଙ୍କ ନାଁ ପ୍ରକାଶ କରିନଥିଲେ । ସେ ଦେଶ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାର ମୁକାବିଲା କରିବାରେ ବିଫଳ ହୋଇଥିବା ମଧ୍ୟ ସ୍ୱୀକାର କରିଛନ୍ତି ।
