ପୁରୀ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସ୍ପେସିଆଲ ଡ୍ରାଇଭ କାର୍ଯ୍ୟକ୍ରମରେ ସଫଳତା
ପୁରୀ : ରାଜ୍ୟ ପରିବହନ ବିଭାଗ କମିଶନରଙ୍କ ନିର୍ଦ୍ଧେଶ କ୍ରମେ ଓ ପୁରୀ ଜିଲାପାଳ ସମତ ବର୍ମା ଓ ଏସପି କନୱାର ବିଶ୍ଵାଲ ସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲା ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପୁରୀ ସଦର ଥାନା ଛକ ସମେତ ସହର ଓ ଜିଲାର ବିଭିନ୍ନ ଛକ ମାନଙ୍କରେ ସ୍ପେସିଆଲ ଡ୍ରାଇଭ କାର୍ଯ୍ୟକ୍ରମ ରେ ଶହ ଶହ ଗାଡି ମୋଟର ଯାଞ୍ଚ କରାଯାଇଥିଲା l ଗତ ନଭେମ୍ବର ୧ ରୁ ୨୫ ତାରିଖ ଯାଏ ଅନୁଷ୍ଠିତ ଏ ସ୍ପେସିଆଲ ଡ୍ରାଇଭ ଅଭିଯାନ ରେ ଗାଡି ଚାଳକଙ୍କ ଡ଼ିଏଲ ଚେକିଂ ରେ ୫୯୮ ଜଣଙ୍କୁ, ସିଟ ବେଲ୍ଟ ଚେକିଂ ରେ ୪୨ ଜଣଙ୍କୁ ଜୋରିମାନା, ହେଲମେଟ ଚେକିଂ କରାଯାଇ ୩୪୦ ଜଣଙ୍କୁ ଫାଇନ ସହିତ ଗାଡି ଜବତ, ଓଭର ସ୍ପିଡ଼ ପାଇଁ ୪୦୨ ଜଣଙ୍କୁ, ମୋବାଇଲ ୟୁଜ ପାଇଁ ୨୪ ଜଣଙ୍କୁ, ୩୦ ଜଣ ମଦୁଆ ଗାଡି ଚାଳକ ଫାଇନ ସହିତ ଗାଡି ଜବତ, ମାଲଗାଡି ରେ ପାସେଞ୍ଜର ନେବା ଅଭିଯୋଗରେ ୬ଟି ଗାଡି କୁ, ୧୫୫ ଜଣ ବିନା ଇନ୍ସୁରେନ୍ସ ଗାଡି ଚାଳକ ଙ୍କୁ, ୮ ଗୋଟି ଓଭର ଲୋଡିଙ୍ଗ ଗାଡି ଚାଳକଙ୍କୁ ଜୋରିମାନା କରାଯାଇଛି l ସମୁଦାୟ ୧୩୦୩ ଜଣଙ୍କ ନାଁରେ ଇ-ଚାଲାଣ କରାଯାଇ ସମୁଦାୟ ୨୫ ଲକ୍ଷ ୫୪ ହଜାର ୨୩୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି l ଏବଂ ବକେୟା ୬୭ ଲକ୍ଷ ୮୭ ହଜାର ୯୦୫ ଜୋରିମାନା ଟଙ୍କା ବିଭାଗୀୟ ଅଫିସ ରେ ଗାଡି ମାଲିକ ଓ ଡ୍ରାଇଭରଙ୍କ ଠାରୁ ଖୁବ ଶୀଘ୍ର ଆଦାୟ କରାଯିବ l ଅନେକ ଡ଼ିଏଲକୁ ବାତିଲ କରାଯାଇ ଗାଡି ଚାଳକ ନାଁ ରେ ବିଭିନ୍ନ ମାମଲା ରୁଜୁ ହୋଇଛି l
ସହର ତଥା ଜିଲାରେ ଦୁର୍ଘଟଣା ହାର ଓ ମୃତ୍ୟୁ ହାର ବୃଦ୍ଧି ପାଇଥିବାରୁ ଜିଲାର ବୃହତ୍ତର ସ୍ୱାର୍ଥ ଦୃଷ୍ଟି ରୁ ସାଧାରଣ ଲୋକ ଓ ପର୍ୟ୍ୟଟକଙ୍କ ଧନ ଜୀବନ ସୁରକ୍ଷା ଲାଗି ଆଗକୁ ଏ ଅଭିଯାନ କୁ ଆହୁରି କଡାକଡି କରାଯିବ l ଏବଂ ଲୋକେ ଯେମିତି ଅଯଥା ରେ ଦଶ ହଜାର, ପନ୍ଦର ହଜାର ଟଙ୍କା ଫାଇନ ନ ଦେବେ ଏବଂ ନିଶା ଗ୍ରସ୍ତ ଅବସ୍ଥା ରେ ଗାଡି ନ ଚଳାଇବାକୁ, ଟ୍ରାଫିକ ନିୟମକୁ ଶୃଙ୍ଖଳାର ସହିତ ମାନିବାକୁ ଓ ଜିଲାରେ ଦୁର୍ଘଟଣା ମୃତ୍ୟୁ ହାରକୁ କିଭଳି ରୋକା ଯାଇ ପାରିବ ଏଥିପାଇଁ ପୁରୀ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସହର ତଥା ଜିଲା ବାସୀଙ୍କୁ ନିବେଦନ କରିଛନ୍ତି l ଏ ନେଇ ସହର ତଥା ଜିଲାର ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ପୋଲିସ ସହାୟତା ରେ ଏ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଆରଟିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି l ଏଇ ମେଗା ଅଭିଯାନ ରେ ଆରଟିଓ ଶ୍ରୀ ପଟ୍ଟନାୟକଙ୍କ ସମେତ ଏମ ଭିଆଇ, ଆସିଷ୍ଟାଣ୍ଟ ଏମଭିଆଇ, ଟି ଆଇ ଓ ବିଭିନ୍ନ ପୋଲିସ ଅଧିକାରୀ ପ୍ରମୁଖ ଉଭୟ ବିଭାଗ ର ସମସ୍ତ ଅଧିକାରୀ କର୍ମଚାରୀ ସାମିଲ ଥିଲେ l
