ସବ୍ଜୁନିୟର କରାଟେ ଚୟନ ଶିବିର ଅନୁଷ୍ଠିତ
ନୀଳଗିରି : ରାଜ୍ୟସ୍ତରୀୟ ସବ୍ଜୁନିୟର କରାଟେ ଚମ୍ପିୟାନ ପାଇଁ ଏକ ଚୟନ ଶିବିର ନୀଳଗିରିରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ୧୧ ରୁ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସବଜୁନିୟର କରାଟେ ଚମ୍ପିଆନ ପାଇଁ ରାଜ୍ୟର ପ୍ରତି କୋଣ ଅନୁକୋଣରୁ ଉତ୍ସାହୀ କରାଟେ ଖେଳାଳୀଙ୍କୁ ନେଇ ବିଭିନ୍ନ ସ୍ଥାନରେ ଚୟନ ଶିବିର ଅନୁଷ୍ଠିତ ହେଉଅଛି । ଏହିକ୍ରମରେ ଆଜି ନୀଳଗିରି ଠାରେ ବହୁ ଉତ୍ସାହି ଯୁବକ କରାଟେ ଶିବିରକୁ ଆସି ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଏହି ଶିବିରକୁ ବାଲେଶ୍ୱର ଜିଲ୍ଲା କରାଟେ ସଂଘ ସାଧାରଣ ସଂପାଦକ ସମୀର ରଂଜନ ତାଲବି ପରିଚାଳନା କରିଥିଲେ । ଭୂବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ପରିସରରେ ନଭେମ୍ବର ୧୧ ରୁ ୧୩ ମଧ୍ୟରେ ରାଜ୍ୟସ୍ତରୀୟ ସବ୍ଜୁନିୟର କରାଟେ ଚମ୍ପିଆନ ହେବାର ସ୍ଥିରିକୃତ ହୋଇଛି ।
