ନୀଳଗିରି କଲେଜର ଛାତ୍ର ଅଶାନ୍ତ; ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ
ନୀଳଗିରି : ନୀଳଗିରି କଲେଜର ଯୁକ୍ତ୩ କଳା ଇଂରାଜୀ ଇଣ୍ଟରନାଲ ପରୀକ୍ଷା ଫଳାଫଳକୁ ନେଇ ଲାଗି ରହିଥିବା ଛାତ୍ର ଅଶାନ୍ତ ଶେଷରେ ପ୍ରଶମିତ ହୋଇଛି । ଦୁଇ ଅଧ୍ୟାପକଙ୍କ ବିରୋଧରେ ଆଣିଥିବା ଅଭିଯୋଗ ଏବଂ ଧାରଣାକୁ ଶେଷରେ କର୍ତ୍ତୁପକ୍ଷ ଓ ଅଧ୍ୟାପକଙ୍କ ପ୍ରତିଶୃତି ପରେ ଘଟଣାର ଅବସାନ ଘଟିଛି ।
ସୂଚନା ଅନୁସାରେ ନୀଳଗିରି କଲେଜର ଯୁକ୍ତ୩ ୩ୟ ବର୍ଷ ଇଂରାଜୀ ଇଣ୍ଟରନାଲ ପରୀକ୍ଷାର ଫଳାଫଳକୁ ନେଇ ଦୁଇ ଅଧ୍ୟାପକ ଜାଣିଶୁଣି ଛାତ୍ରଛାତ୍ରୀଙ୍କୁ କମ୍ ମାର୍କ ଦେଇଥିବା ନେଇ କଲେଜ ପରିସରରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଶେଷରେ ଛାତ୍ରୀଛାତ୍ରମାନେ କଲେଜ ଅଧ୍ୟକ୍ଷ ଏବଂ ନୀଳଗିରି ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ବୁଧବାର ଛାତ୍ରୀଛାତ୍ରମାନେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପରେ ଅଧ୍ୟକ୍ଷ ଏବଂ ଇଂରାଜୀ ଅଧ୍ୟାପିକା ଶିଳ୍ପା ମିଶ୍ର ଓ ଅଧ୍ୟାପକ ନଳିନୀକାନ୍ତ ପାଢ଼ୀ ଧାରଣାରତ ଛାତ୍ରୀଛାତ୍ରଙ୍କ ନିକଟକୁ ଆସି ବୁଝାସୁଝା କରିଥିଲେ । ଉଭୟ ଅଧ୍ୟାପିକା ଓ ଅଧ୍ୟାପକ ଫେଲ ଛାତ୍ରୀଛାତ୍ରଙ୍କ ଆଗାମୀ ଫର୍ମ ଫିଲପରେ ଖର୍ଚ୍ଚ ହେବାକୁ ଟଙ୍କା ଉଭୟ ଭରଣା କରିବା ସହ ଏକ୍ସଟ୍ରା କ୍ଲାସ କରି ପିଲାମାନଙ୍କୁ ପାଠ ପଢ଼ାଇବା ସହ ସମସ୍ତ ବିଷୟ ସମ୍ପୂର୍ଣ୍ଣ କରିବା ସହ ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟେ ସେଥିପ୍ରତି ଉଭୟ ଅଧ୍ୟାପକ ଓ ଅଧ୍ୟକ୍ଷାଙ୍କ ଠାରୁ ଲିଖିତ ପ୍ରତିଶୃତି ପାଇବା ପରେ ଧାରଣାରତ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ ।
