ପାକିସ୍ତାନରେ ମେଡିକାଲ ପଢ଼ନ୍ତୁ ନାହିଁ ଛାତ୍ର, ଏନ୍ଏମ୍ସି ଜାରି କଲା ଆଡଭାଇଜରୀ
ନୂଆଦିଲ୍ଲୀ : ପାକିସ୍ତାନରେ ମେଡ଼ିକାଲ ପାଠ ପଢା ନ କରିବା ପାଇଁ ନେସନାଲ୍ ମେଡ଼ିକାଲ କମିଶନ ପରାମର୍ଶ ଜାରି କରିଛନ୍ତି । ନେସନାଲ ମେଡ଼ିକାଲ କମିଶନ (ଏନ୍ଏମ୍ସି) ପାକିସ୍ତାନରେ ଯାଇ ଏମବିବିଏସ୍ ଏବଂ ବିଡିଏସ୍ କୋର୍ସ କରୁଥିବା ଛାତ୍ରଙ୍କ ପାଇଁ ଆଡ଼ଭାଇଜରୀ ଜାରି କରିଛି ।
ଏନ୍ଏମ୍ସି ଦ୍ୱାରା ଜାରି ପରାମର୍ଶରେ କୁହାଯାଇଛି ଯେ ସେହି ଛାତ୍ରଙ୍କୁ ଭାରତରେ ପ୍ରାକ୍ଟିସ୍ କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ, ଯେଉଁମାନେ ମେଡ଼ିକାଲ ପାକିସ୍ତାନରେ ଡାକ୍ତରୀ ପଢିବେ । ଏନ୍ଏମ୍ସି ଦ୍ୱାରା ଜାରି ନୋଟିଫିକେଶନରେ କୁହାଯାଇଛି ଯେ କୌଣସି ଭାରତୀୟ ନାଗରିକ ଏମ୍ବିବିଏସ୍ ବା ବିଡିଏ୍ ବା ଏହିଭଳି କୌଣସି କୋର୍ସ ପାଇଁ ଯଦି କୌଣସି ପାକିସ୍ତାନୀ ମେଡ଼ିକାଲ୍ କଲେଜରେ ଆଡ଼ମିଶନ ନେବେ ତେବେ ସେ ଭାରତରେ ଏଫ୍ଏମ୍ଜିଇ ପାଇଁ ଉପସ୍ଥିତ ହେବାକୁ ଯୋଗ୍ୟ ହେବେ ନାହିଁ ଏବଂ ଭାରତରେ ତାଙ୍କୁ କୌଣସି ଚାକିରି ଦିଆଯିବ ନାହିଁ ।
ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଏବଂ ଡେଂଟାଲ କାଉନସିଲ ଅଫ ଇଣ୍ଡିଆ (ଡିସିଆଇ) ଭାରତୀୟ ଡାକ୍ତରୀ ଛାତ୍ରମାନଙ୍କ ପାଇଁ ନୂଆ ଆଡଭାଇଜରୀ ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେ, “ମେଡିକାଲ/ଡେଂଟାଲ ଶିକ୍ଷା ପାଇଁ ପାକିସ୍ତାନକୁ ନ ଯିବା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଭାରତର ଯେକୌଣସି ଭାରତୀୟ ନାଗରିକ/ବିଦେଶୀ ନାଗରିକ ପାକିସ୍ତାନର ଯେକୌଣସି ମେଡିକାଲ ଡେଂଟାଲ କଲେଜରେ ଏମବିବିଏସ୍/ବିଡିଏସ୍ ଅଧ୍ୟୟନ କରୁଛନ୍ତି ସେମାନେ ଭାରତରେ ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ । ” ବିଜ୍ଞପ୍ତିରେ କୁହାଯାଇଛି ଯେ ଯେଉଁମାନେ ଡିସେମ୍ବର ୨୦୧୮ ପୂର୍ବରୁ ପାକିସ୍ତାନ ଡିଗ୍ରୀ କଲେଜରେ ନାମ ଲେଖାଇଥିବେ ସେମାନଙ୍କ କ୍ଷେତ୍ରରେ କଟକଣା କୋହଳ କରାଯିବ । ବିଜ୍ଞପ୍ତିରେ ଗୃହ ମନ୍ତ୍ରଣାଳୟର ସୁରକ୍ଷା କାରଣ ଦର୍ଶାଯାଇଛି ।
