ଔପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର
ଔପଦା : ଔପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ବ୍ରଜକିଶୋର ପାଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଫକୀରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଡ. ପ୍ରଦୀପ କୁମାର ରଣା, ମୁଖ୍ୟ ବକ୍ତା ଭାବେ ଜିଲା ସଂଯୋଜକ ଡ. ସନ୍ତୋଷ କୁମାର ରାଉତ, ସାମ୍ପ୍ରତିକ ପରିସ୍ଥିତିରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣର ବହୁମୁଖୀ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ ।
ତାଲିମ ଶିବିରର ସଂଯୋଜକ ବିଦ୍ୟାଳୟର ଅଧ୍ୟାପକ ମନୋଜ କୁମାର ସାହୁ ଶିବିର ପରିଚାଳନା କରିଥିବା ବେଳେ ଅଧ୍ୟାପକ ନିତ୍ୟାନନ୍ଦ ଦାସ, ବିଜୟ କୁମାର ପରିଡା, ଆଦିତ୍ୟ କୁମାର ଆଚାର୍ଯ୍ୟଙ୍କ ସମେତ କର୍ମଚାରୀ ଇନ୍ଦ୍ରମଣି ଗିରି, ବଳରାମ ମହାପାତ୍ର ଓ କୌଶଲ୍ୟା ଆଚାର୍ଯ୍ୟ, ନୀଳଶୈଳ ବିଶ୍ୱାଳ, ବାସନ୍ତୀ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ତାଲିମଦାତ୍ରୀ ଭାବେ ଯମୁନା ବିନ୍ଧାଣୀ ଓ ସୁନିତା ଗୁଣ୍ଡୁହାଲ୍ଲା ଛାତ୍ରୀମାନେ କିପରି ନିଜର ଆତ୍ମାକୁ ରକ୍ଷା କରିପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଶିବିରରେ ଶତାଧିକ ଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଏହି ଶିବିର ୮ ଦିନ ଧରି ଚାଲିବ ବୋଲି ସଂଯୋଜକ ଶ୍ରୀ ସାହୁ କହିଥିବା ଜଣାଯାଇଛି ।
