ଭୁତତ୍ତ୍ୱ ବିଜ୍ଞାନ ରେ ଛାତ୍ରୀଙ୍କ ସଫଳତା
ଯାଜପର : ବିଞ୍ଜରପୁର ବ୍ଲକ ଉତ୍ତଙ୍ଗରା ପଞ୍ଚାୟତ ରଘୁନାଥପୁର ଗ୍ରାମର ମେଧାବୀ ଛାତ୍ରୀ କୁମାରୀ ସୁଲଗ୍ନା ସାମଲ ଗୁଜୁରାଟର ପାରୁଲ ବିଶ୍ୱବିଦ୍ୟାଳୟରୁ ଭୂତତ୍ତ୍ୱ ବିଜ୍ଞାନରେ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି।ସୁଲଗ୍ନା ବାଲିମେଳା ସରକାରୀ ଉଚ୍ଚବିଦ୍ୟାଳୟରୁ ମ୍ୟାଟ୍ରିକ ପରୀକ୍ଷା କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ କଟକ ସ୍ଥିତ ଶକ୍ତି ଜୁନିୟର କଲେଜରୁ ଯୁକ୍ତଦୁଇ ପାସ କରିଥିଲେ।ସୁଲଗ୍ନା ଙ୍କର ପିତା ଉତ୍ତଙ୍ଗରା ସରକାରୀ ଉଚ୍ଚବିଦ୍ୟାଳୟରେ ଏବେ ପ୍ରଧାନ ଶିକ୍ଷକ ଭାଵରେ କାର୍ୟ୍ୟରତ ଓ ମା ମାଲକାନଗିରି ଜିଲ୍ଲା ଚିତ୍ତାପାରି ମଧ୍ୟଇଂରାଜି ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବରେ କାର୍ୟ୍ୟରତ।ସେ ଜଣେ ମେଧାବୀ ଛାତ୍ରୀ ଭାବରେ ଜଣାଶୁଣା।ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର କୃତିତ୍ୱ ପିଲାବେଳରୁ ରହିଛି।ତାଙ୍କର ଏହି ସଫଳତାରେ ରଘୁନାଥପୁର ଓ ନିକଟବର୍ତ୍ତୀ ଗ୍ରାମରେ ଆନନ୍ଦର ଲହରୀ ଖେଳିଯାଇଛି।
