ଟେଷ୍ଟ କ୍ରିକେଟରେ ସବୁଠୁ ମହଙ୍ଗା ଓଭର ପକାଇ ଲଜ୍ଜାଜନକ ରେକର୍ଡ କଲେ ବ୍ରଡ
ବର୍ମିଂହାମ : ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ପାଇଁ ଦ୍ୱିତୀୟ ସଫଳ ବୋଲର ଷ୍ଟୁଆର୍ଟ ବ୍ରଡ ଭାରତ ବିପକ୍ଷରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ନିଜ ନାଁରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି । ଟି-୨୦ ପରେ ଏବେ ଟେଷ୍ଟ କ୍ରିକେଟରେ ମଧ୍ୟ ଏକ ଇଚ୍ଛ ନଥିବା ରେକର୍ଡର ଅଧିକାରୀ ହୋଇଛନ୍ତି । ଟେଷ୍ଟ କ୍ରିକେଟ ଇତିହାସରେ ସବୁଠୁ ମହଙ୍ଗା ଓଭର ପକାଇବାର ରେକର୍ଡ ଷ୍ଟୁଆର୍ଟ ବ୍ରଡ ନାଁରେ ହୋଇଛି । ପଞ୍ଚମ ଟେଷ୍ଟରେ ଭାରତୀୟ ଟିମର ଅଧିନାୟକ ଯଶପ୍ରୀତ ବୁମରା ୪ଟି ଚୌକା ଏବଂ ଦୁଇ ଛକା ସହ ମୋଟ ୩୫ ରନ ହାସଲ କରିଥିଲେ। ମହମ୍ମଦ ଶାମିଙ୍କ ଆଉଟ ପରେ ପଡିଆକୁ ଓହ୍ଲାଇଥିବା ଯଶପ୍ରୀତ ବୁମାର, ଜାଡେଜାଙ୍କ ସହ ମିଶି ଟିମରେ ଅଧିକ ରନ ଯୋଡିବାର ଲକ୍ଷ୍ୟ ଥିଲା। କିନ୍ତୁ ଜାଡେଜା ବ୍ୟକ୍ତିଗତ ୧୦୪ ରନ କରି ଆଉଟ ହେବା ପରେ ବୁମରା ଆଟାକିଂ ବ୍ୟାଟିଂ କରିଥିଲେ। ଏବଂ ଇନିଂସର ୮୪ ତମ ଓଭରରେ ଷ୍ଟୁଆର୍ଟ ବ୍ରଡଙ୍କ ବିରୋଧରେ ହାତ ଖୋଲିଥିଲେ । ବୁମରାଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଭାରତ ପ୍ରଥମ ଇନିଂସରେ ୪୧୬ ରନ କରିବାରେ ସଫଳ ହୋଇଛି।
The most expensive over in Test Cricket history ?@StuartBroad8's nightmare is joy for #TeamIndia skipper @Jaspritbumrah93 ?
— SonyLIV (@SonyLIV) July 2, 2022
Catch all the action on #SonyLIV now! Click here ? https://t.co/FinRw3haKE#ENGvsINDonSonyLIV #ENGvIND pic.twitter.com/pvMLrLpOmM
ଏହାସହ ଷ୍ଟୁଆର୍ଟ ବ୍ରଡ ଟେଷ୍ଟ କ୍ରିକେଟ୍ ଇତିହାସରେ ସବୁଠୁ ମହଙ୍ଗା ଓଭର ପକାଇଥିବା ବୋଲର ହୋଇଛନ୍ତି । ଏହା ପୂର୍ବରୁ ୱେଷ୍ଟ ଇଣ୍ଡିଜର ମହାନ ଖେଳାଳି ବ୍ରାୟନ ଲାରା ୨୦୦୩ରେ ରବିନ ପିଟରସନଙ୍କ ଗୋଟିଏ ଓଭରରେ ୨୮ ରନ କରିଥିଲେ। ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ଟେଷ୍ଟ ସହ ଟି-୨୦ରେ ମଧ୍ୟ ଗୋଟିଏ ଓଭରରେ ସବୁଠୁ ଅଧିକ ରନ ଦେଇଥିବା ବୋଲିର। ୨୦୦୭ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ଗୋଟିଏ ଓଭରରେ ୩୬ ରନ ଦେଇଥିଲେ । ଯୁବରାଜ ସିଂ ୬ଟି ବଲରେ ୬ଟି ଛକା ମାରିଥିଲେ।
