ଜୋରଦାର ଭୂକମ୍ପରେ ଥରିଲା ନେପାଳ : ୧୨୮ ମୃତ, ଶତାଧିତ ଆହତ
ନୂଆଦିଲ୍ଲୀ : ନେପାଳରେ ପୁଣି ଭୂକମ୍ପ । ଜୋରଦାର ଭୂକମ୍ପରେ ଥରିଲା ନେପାଳ । ରିକ୍ଟେର ସ୍କେଲ୍ରେ ୬.୪ ତିବ୍ରତା ରେକର୍ଡ ହୋଇଛି । ଗତ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୧ଟା ୪୭ ମିନିଟ୍ରେ ନେପାଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏଥିରେ ୧୨୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭୂମିକମ୍ପରେ ଆହତ ହୋଇଛନ୍ତି ଶତାଧିତ ।
ନିଜ ନିଜ ଘରେ ସମସ୍ତ ଶୋଇଥିବା ବେଳେ ଲାଗିଥିଲା ଭୂକମ୍ପ ଝଟକା । ଭୂକମ୍ପର କେନ୍ଦ୍ରସ୍ଥଳୀ କାଠମାଣ୍ଡୁ ଠାରୁ ୫୦୦ କିମି ଦୂରରେ ଥିବା ଜଜାରପୁର ଠାରେ ଠାବ ହୋଇଛି । ଅଧିକ ପ୍ରବାବିତ ହୋଇଛି ନେପାଳରେ ପଶ୍ଚିମ ରୁକୁମ ଓ ଜାଜରକୋଟ ଜିଲା । ଏତେ ବଡ଼ ଜୋରଦାର ଭୂକମ୍ପ ଝଟକା ପରେ ଅନେକ ଘର ଭାଙ୍ଗିଯାଇଥିବା ସୂଚନା ମିଳିଛି । ଯାହାଫଳରେ ମୃତ୍ୟୁ ସଂଖ୍ୟା ବଢିପାରେ । ତେବେ ଏତେ ବଡ଼ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।
ଭୂକମ୍ପର କେନ୍ଦ୍ରସ୍ଥଳ ଥିଲେ ପଶ୍ଚିମ ନେପାଳର ଜାଜରକୋଟ । ଲୋକେ ଶୋଇଥିବା ବେଳେ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥିଲା । ଫଳରେ ଅନେକ ଜାଣି ପାରି ନଥିଲେ କଣ ହେଲା । ହଠାତ୍ ଘରୁ ବାହାରି ପାରି ନଥିଲେ ।ମାଟିରେ ମିଶିଛି ବହୁ ଘରଦ୍ବାର, ବିଲଡିଂ । ଧ୍ବଂସାବଶେଷ ତଳୁ ଏବେ ଜୀବନ ଖୋଜା ଚାଲିଛି । ଏତେ ଜୋରରେ ଝଟକା ଅନୁଭୂତ ହୋଇଥିଲା ଯେ ଲୋକ ଭୟରେ ଘରୁ ବାହାରି ଆସିଥିଲେ । ଅଧିକ ପ୍ରଭାବିତ ହୋଇଛି ଜାଜରକୋଟ ଜିଲାର ଭେରି, ନାଲଗାଡ଼, କୁଶେ, ବାରେକୋଟ ଓ ଛେଡାଗଦ । ଝଟକା ଉତ୍ତର ଭାରତ ସମେତ ଦିଲ୍ଲୀ ଏନସିଆର, ଗୁରୁଗାଁଓ, ହରିଆଣାର କିଛି ସ୍ଥାନରେ ବି ଅନୁଭୂତ ହୋଇଥିଲା । ପୂର୍ବରୁ ଗତ ୨୦୧୫ରେ ନେପାଳରେ ୭.୮ ତୀବ୍ରତାର ଭୟଙ୍କର ଭୂକମ୍ପ ହୋଇଥିଲା । ଯେଉଁଥିରେ ୯ହଜାର ଲୋକଙ୍କର ଜୀବନ ଯାଇଥିବା ବେଳେ ପ୍ରାୟ ୨୨ହଜାର ଆହତ ହୋଇଥିଲେ । ମାଟିରେ ମିଶିଥିଲା ପ୍ରାୟ ୫ ଲକ୍ଷ ଘରଦ୍ବାର ଓ ବିଲଡିଂ ।
ଅନ୍ୟପଟେ ନେପାଳରେ ଏତେ ଶକ୍ତିଶାଳୀ ଭୂକମ୍ପ ପରେ ଭାରତରେ କିଛି ରାଜ୍ୟରେ ଝଟକା ଅନୁଭୂତ ହୋଇଛି । ଖାସ୍ କରି ଉତ୍ତର ଭାରତର କିଛି ଅଞ୍ଚଳ, ଯେପରି- ଦିଲ୍ଲୀ, ହରିୟାଣା, ବିହାର ଆଦି ରାଜ୍ୟରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ତେବେ ଭାରତରେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ନେଇ ସୂଚନା ମିଳିନାହିଁ ।
