ଟ୍ୱିନସିଟିରେ କରୋନା କଟକଣା ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ : ସିପି
ଭୁବନେଶ୍ୱର : ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସ କନଫରେନ୍ସ କରି ଚେତାବନୀ ଦେଇଛନ୍ତି । ଟ୍ୱିନସିଟିରେ ନିୟମ ଉଲଘଂନ ହେଲେ ଉଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ୍ କମିଶନର ।
ରାଜ୍ୟରେ କରୋନା ସଂକ୍ରମଣ ହଠାତ୍ ବୃଦ୍ଧି ପାଇବା ପରେ ବଢିଛି କଟକଣା । ବିଶେଷ ଭାବରେ କଟକ ଭୁବନେଶ୍ୱରରେ ପୂର୍ବ ଅପେକ୍ଷା ବର୍ତ୍ତମାନ କଟକଣାକୁ ଆହୁରି କଡା କରାଯାଇଥିବା ବେଳେ ଶୁକ୍ରବାର ଠାରୁ ରାତି ୯ ରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି । ଏହା ସହିତ ଏସଆରସିଙ୍କ ଦ୍ୱାରା ଜାରି ଅନ୍ୟ କଟକଣା ମଧ୍ୟ ଲାଗୁ ହୋଇଛି । ତେବେ ପୂର୍ବରୁ କଟକଣା ସମୟରେ ଅନେକ ଲୋକ ନିୟମ ଉଲଘଂନ କରୁଥିବାର ନଜିର ରହିଥିବା ବେଳେ ଏଥର କିନ୍ତୁ କଟକଣାକୁ କଡା ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି ।
