ଡିଲ୍ ବେଳେ ଏସଟିଏଫର ଚଢ଼ାଉ : ଜଣେ ଗିରଫ, ଜାଲ ନୋଟ୍ ମଧ୍ୟ ଜବତ
ଭୁବନେଶ୍ୱର : ଜାଲ ନୋଟ୍ ଡିଲ୍ କରୁଥିବା ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫର ଚଢ଼ାଉ। ଜଣକୁ ଗିରଫ କରାଯିବ ସହ ଜାଲ ନୋଟ୍ ମଧ୍ୟ ଜବତ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତ ଜଣକ ଦେବଗଡ଼ ଜିଲାର ବୋଲି ଜଣାପଡ଼ିଛି।
ଅଭିଯୁକ୍ତ ଜଣକ ୩ ଲକ୍ଷ ଜାଲ୍ ନୋଟ୍ ୧ ଲକ୍ଷ ଟଙ୍କାରେ ଡିଲ୍। ଏହି ସମୟରେ ମାଡ଼ ବସିଥିଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ଜାଲ୍ ନୋଟ୍ ଜବତ କରିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦେବଗଡ଼ ଜିଲାର ବୋଲି ଜଣାପଡ଼ିଛି।
ଜାଲ୍ ନୋଟ୍ କାରବାର ନେଇ ଅଭିଯୋଗ ଆସିଲା ପରେ ତତ୍ପର ହୋଇଥିଲା ଏସ୍ଟିଏଫ୍। ପରେ ଜାଲ୍ ନୋଟ୍ କାରବାର କରୁଥିବା ସ୍ମଗଲରକୁ ଧରିବା ପାଇଁ ଜାଲ ବିଛାଇଥିଲା। ଜାଲ୍ ନୋଟ୍ କାରବାରରେ ସମ୍ପୃକ୍ତ ଥିବା ସ୍ମଗଲରଙ୍କୁ ଡିଲ୍ ପାଇଁ ଡାକିଥିଲେ। ଆଉ ଡିଲ୍ରେ ରାଜି ହୋଇ ସମ୍ପୃକ୍ତ ବ୍ୟକ୍ତି ଡିକିରେ ଜାଲ୍ ୩ ଲକ୍ଷ ଟଙ୍କାକୁ ଧରି ଢେଙ୍କାନାଳ ଜିଲ୍ଲାର ଭାପୁର ଆସିଥିଲେ। ଏସ୍ଟିଏଫ୍ ସେଠାରେ ତାଙ୍କୁ ମାଡ଼ି ବସିଥିଲା।
