ବଜ୍ରକାପ୍ତା ଡିଲ୍ ବେଳେ ମାଡିବସିଲା ଏସଟିଏଫ : ଦୁଇ ଗିରଫ
ଭୁବନେଶ୍ୱର : ଦିନକୁ ଦିନ ବଢ଼ିବାରେ ଲାଗିଛି ବଜ୍ରକାପ୍ତା ଚୋରା ଚାଲାଣ । ଏହି ପରିପ୍ରେକ୍ଷୀରେ ପୁଣି ଏସଟିଏଫ ହାତରେ ଧରାପଡ଼ିଲେ ବଜ୍ରକାପ୍ତା ବେପାରୀ । ବଜ୍ରକାପ୍ତା ଚୋରା ଚାଲାଣ ନେଇ ଡିଲ୍ ବେଳେ ଖବରପାଇ ପହଞ୍ଚିଲା ଏସଟିଏଫ । ଏଥିରେ ଗୋଟିଏ ବଜ୍ରକାପ୍ତା ଉଦ୍ଧାର ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଖୋର୍ଦ୍ଧା ପିତାପଲ୍ଲୀ ଛକ ନିକଟରେ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ମାଡିବସିଲା ଏସଟିଏଫ । ରାସ୍ତା କଡରେ କାର୍ ଭିତରେ ଚାଲିଥିଲା ବଜ୍ରକାପ୍ତା ଡିଲ୍ । ଚଢାଉ ବେଳେ ଦୁଇ ଅଭିଯୁକ୍ତ କୈଳାସ ଖୋସାଲା ଓ ଚୈତନ ଭତ୍ରକୁ ଗିରଫ କରିଛି ଏସଟିଏଫ୍ । ଏମାନେ କେବିକେ ଅଂଚଳର ବୋଲି ଏସସିଏଫ ସୂଚନା ଦେଇଛି । ସୂଚନା ଯେ, ଗତ ଏକ ବର୍ଷ ମଧ୍ୟରେ ୫ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଧରିବାରେ ସଫଳ ହୋଇଛି ଏସଟିଏଫ୍ ।
