ଆଜିି ରାଜ୍ୟସ୍ତରୀୟ ଭୋଟର ସଚେତନତା ପଦଯାତ୍ରା
ଭୁବନେଶ୍ୱର : ଚିଠା ଭୋଟର ତାଲିକା -୨୦୨୩ ପ୍ରକାଶ ପାଇବାକୁ ଯାଉଥିବା ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଭୋଟର ସଚେତନତା ପଦଯାତ୍ରା (ୱାକାଥନ୍) ବୁଧବାର ସକାଳୁ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକ ଠାରୁ ଆରମ୍ଭ ହେବ । ଏହି ସଚେତନତା ପଦଯାତ୍ରାରେ ଶତାଧିକ ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଏନ୍ଏସ୍ଏସ୍,ସ୍କାଉଟ୍, ଗାଇଡ୍,ଗଣମାଧ୍ୟମ ପ୍ରତିନିଧି ଓ ବରିଷ୍ଠ ପଦାଧିକାରୀମାନେ ସକାଳ ୭ଟା ସୁଦ୍ଧା ସମବେତ ହେବା ପରେ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଏହି ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ।
ଏହି ସଚେତନତା ପଦଯାତ୍ରା ମାଷ୍ଟର କ୍ୟାଂଟିନ ଛକରୁ ପିଏମଜି ଛକ ଦେଇ ରବୀନ୍ଦ୍ର ମଣ୍ଡପ ପାଖ ଦେଇ ୧୨୦ ବାଟାଲିୟନ, ପାୱାର ହାଉସ ଛକ, ଏଡିଏମ୍ ଅଫିସ୍ ହୋଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶେଷ ହେବ । ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗଦାନ କରିବାକୁ ଜିଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଖୋର୍ଦ୍ଧା ଜିଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।
