ରାଷ୍ଟ୍ରୀୟ ପେନ୍ସନ୍ ଯୋଜନାର ରାଜ୍ୟବ୍ୟାପୀ ସେବା ସପ୍ତାହ ପାଳନ
ଝାରସୁଗୁଡା : ଓଡ଼ିଶା କୋଷାଗାର ନିର୍ଦ୍ଦେଶାଳୟ ଓ ଅର୍ଥ ବିଭାଗ ମିଳିତ ଆନୁକୂଲ୍ୟରେ ଏବଂ ଜିଲ୍ଲା କୋଷାଗାର ସହଯୋଗରେ
ଚଳିତ ସେପ୍ଟେମ୍ବର ମାସ ୧୨ତାରିଖରୁ ୧୭ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପେନସନ ଯୋଜନାର ରାଜ୍ୟ ବ୍ୟାପୀ ସେବା ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଲଖନପୁର ଉପ କୋଷାଗାର ଅଧିକାରୀ ଅଂଶୁମାନ ପ୍ରଧାନ , ଜିଲ୍ଲାର ସମସ୍ତ ଉଠାଣ ଓ ବିତରଣ ଅଧିକାରୀଙ୍କ ସମେତ କର୍ମଚାରୀମାନେ ଯୋଗଦାନ କରିଥିଲେ । ଜିଲ୍ଲା କୋଷାଗାର ଅଧିକାରୀ ପ୍ରାଣବନ୍ଧୁ ବେମାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଷାଗାର ନିର୍ଦ୍ଦେଶାଳୟ ପକ୍ଷରୁ ଅରୁଣାଭ ପଢ଼ିଆରୀ ଓ ଅରବିନ୍ଦ ସାହୁ ବିଶେଷଜ୍ଞ ଭାବରେ ଯୋଗ ଦେଇ ଏନ୍ ପି ଏସ୍ ସମ୍ବନ୍ଧୀୟ ସଚେତନତା , ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲା କୋଷାଗାର ଅଧିକାରୀ ଶ୍ରୀ ବେମାଲ , ଏନ୍ ପି ଏସ୍ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ସେବା ସପ୍ତାହର ସୁଯୋଗ ନେବାକୁ ଅନୁରୋଧ ଜଣାଇଥିଲେ । ହିସାବ ରକ୍ଷକ ଲରେନ୍ସ ଲାକ୍ରା , ଭୁବନେଶ୍ୱର ନାଏକ , ରଞ୍ଜନ ସା , ଶ୍ରୀକାନ୍ତ ପଧାନ ଓ ପ୍ରକାଶ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
