ରାଜ୍ୟସ୍ତରୀୟ ସତ୍ୟସାଇ କ୍ରିକେଟ୍ ଟୁର୍ଣ୍ଣାମେଂଟ : ଇଲେଭେନଷ୍ଟାର ଯାଜପୁର ଟାଉନ ବିଜୟୀ
ଧର୍ମଶାଳା : ଯାଜପୁର ବ୍ଲକ ଝାଲପଡା ପଂଚାୟତ କାକୁଡିକୁଦ-ନିଳକଣ୍ଠପୁର ସତ୍ୟସାଇ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୪୦ତମ ରାଜ୍ୟସ୍ତରୀୟ ସତ୍ୟସାଇ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ର ଆଜି ୨ୟ ଲିଗ୍ ମ୍ୟାଚ ଇଲେଭେନଷ୍ଟାର ଯାଜପୁର ଟାଉନ ଓ ଆଂଚଳିକ ଯୁବ ପରିଷଦ ପଂଚୁପାଣ୍ଡବ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚରେ ପଂଚୁପାଣ୍ଡବକୁ ୧୦୩ ରନରେ ହରାଇ ଯାଜପୁର କ୍ୱାଟର ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ଯାଜପୁର ଟସ୍ରେ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ବିଶାଳ ୨୧୯ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ତାପସ ରାଉତ୨୦ ବଲର ସମ୍ମୁଖୀନ ହୋଇ ୪୭ ଓ ମାନସ ଭଟାଚାର୍ଯ୍ୟ ୩୧ ବଲରୁ ୪୩ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ରଘୁନାଥ ମଲ୍ଲ ୨ଟି ୱିକେଟ୍ ନେଇଥିଲେ । ୨୨୦ ରନର ବିଜୟ ଲକ୍ଷ ନେଇ ପଂଚୁପାଣ୍ଡବ ୧୬.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୭ ରନ ସଂଗ୍ରହ କରି ଏହି ମ୍ୟାଚକୁ ୧୦୩ ରନରେ ପରାସ୍ତ ହୋଇଥିଲା । ଦଳ ପକ୍ଷରୁ ରଘୁନାଥ ମଲ୍ଲ ୩୧ ବଲରୁ ୪୯ ଓ ସୌଭାଗ୍ୟ ମିଶ୍ର ୩୦ ବଲର ସମ୍ମୁଖୀନ ହୋଇ ୩୭ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ଚନ୍ଦନ ନାୟକ ସର୍ବାଧିକ ୩ଗୋଟି ୱିକେଟ୍ ନେଇଥିଲେ । ଚନ୍ଦନକୁ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ କରାଯାଇଥିଲା । ଖେଳ ପରିଚାଳନାରେ ଶରତ ଜେନା ଓ କାର୍ତିକ ପତି ସହଯୋଗ କରିଥିଲେ । ଭାଷ୍ୟକାରଭାବେ ମଂଟୁ ଦାସ,ଅରୁଣ ପତି ଓ ଶ୍ରଦ୍ଧା ସୁମନ ସାହୁ ଓ ସ୍କୋରଭାବେ ଚିନ୍ମୟ ଦଳେଇ,ବିରଞ୍ଜି ନାରାୟଣ ସାହୁ ଓ ଉତ୍କଳ ଜେନା ପ୍ରମୁଖ ସହଯୋଗ କରିଥିଲେ । ସମ୍ପୁର୍ଣ୍ଣ ଖେଳ ପରିଚାଳନାରେ ପ୍ରିୟନାଥ ରାଉତ,ମାଧବାନନ୍ଦ ଜେନା,ରଘୁନାଥ ଜେନା,ଦିଲିପ ଜେନା,ହେମନ୍ତ ସାହୁ ଓ ବଳରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ । ରବିବାର ଦିନ ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ସହିଦ ସ୍ପେଂଟି ଭୁବନେଶ୍ୱର ଓ ଇଲେଭେନଷ୍ଟାର ଯାଜପୁର ମଧ୍ୟରେ ମ୍ୟାଚ ଖେଳା ଯିବ ବୋଲି ଆୟୋଜକ ସତ୍ୟସାଇ କିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି ।
