୨୦୨୦-୨୧ ଆର୍ଥିକ ବର୍ଷରେ ୪୦୫୩.୫୧କୋଟି ଟଙ୍କା ରାଜସ୍ୱ ଆଦାୟ କରିଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱର : ବର୍ଷ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟକୁ ମିଳିଛି ୩୯୨୫.୪୧ କୋଟି ଅବକାରୀ ରାଜସ୍ବ । ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ୪୪୯୫.୫୨ କୋଟି ଓ ୨୦୨୦-୧୧ ଆର୍ଥିକ ବର୍ଷରେ ୪୦୫୩.୫୧ କୋଟି ଟଙ୍କା ରାଜସ୍ବ ଆଦାୟ କରିଛନ୍ତି ରାଜ୍ୟ ସରକାର ।
ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟରେ ବିଗତ ତିନି ବର୍ଷରେ (୨୦୧୮ – ୧୯, ୨୦୧୯-୨୦, ୨୦୨୦-୨୧) ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ଯେତେ ପରିମାଣର ଅବକାରୀ ରାଜସ୍ବ ବିଭିନ୍ନ ସୂତ୍ରରୁ ଆଦାୟ ହୋଇଛି ତାହାର ଏକ ବର୍ଷୱାରୀ ବିବରଣୀ ପ୍ରଦାନ କରିଛନ୍ତି । ରାଜ୍ୟରେ ବିଗତ ତିନି ବର୍ଷରେ ଧାର୍ଯ୍ୟଲକ୍ଷ୍ୟ ତୁଳନାରେ କେତେ ଅବକାରୀ ରାଜସ୍ବ ହୋଇଛି ପ୍ରଶ୍ନ କରିଥିଲେ ଆଠମଲ୍ଲିକ ବିଜେଡି ବିଧାୟକ ରମେଶ ଚନ୍ଦ୍ର ସାଏ । ଶାସକ ଦଳର ବିଧାୟକ ସାଏଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ବିଧାନସଭାରେ ରାଜସ୍ବ ଆଦାୟର ବିବରଣୀ ପ୍ରଦାନ କରିଛନ୍ତି ।
