ବାଲେଶ୍ୱର : ବିଜେଡି ସଦର ନିର୍ବାଚନମଣ୍ଡଳୀ ପକ୍ଷରୁ କର୍ମୀ ବୈଠକ
ବାଲେଶ୍ୱର : ଆଜି ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପରେ ଏକ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ ଦାସଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କର୍ମୀ ବୈଠକରେ ନବ ନିଯୁକ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଆଳି ର ବିଧାୟକ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ ଙ୍କୁ ବିପୁଳ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା ସ୍ୱାଗତ ସମ୍ବୋର୍ଦ୍ଧନା କରିବା ସହ ଟାଉନ ସଭାପତି ସନତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ରେ ଯୋଗ ଦେଇ ଶ୍ରୀଯୁକ୍ତ ଦେବ କହିଥିଲେ ଯେ ସମ୍ପ୍ରତି ସମଗ୍ର ବିଶ୍ୱ ଆଜି କୋଭିଡ ପରିସ୍ଥିତି ର ସୁପରିଚାଳନା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶଂସା କରୁଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡ଼ିଶା ର ୯୬ ଲକ୍ଷ ପରିବାରକୁ ବର୍ଷକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି ବୋଲି ଦଳର ଛାମୁଆଁ ସଂଗଠନ ର କର୍ମକର୍ତା ମାନେ ୱାର୍ଡ ସ୍ତରକୁ ଯାଇ ଲୋକଙ୍କୁ ବୁଝାଇବା ସହ ଲୋକମାନେ କିପରି ଏହି ସବୁ ଯୋଜନା ବିଷୟ ରେ ସଚେତନ ହୋଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।
ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଜେନା ଏହି ବୈଠକ ରେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଜନକଲ୍ୟାଣକାରୀ ଯୋଜନା କୁ ତୃଣମୂଳ ସ୍ତରରେ କିପରି ପହଞ୍ଚାଇବା ସେ ଦିଗ ରେ ଗୁରୁତ୍ୱ ଦେବାକୁ ଉପସ୍ଥିତ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ ଏବଂ ବାଲେଶ୍ୱର ସହରରେ ଇନଡୋର ଷ୍ଟାଡିୟମ ପାଇଁ ଘୋଷଣା କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଦଳୀୟ ସଂଗଠନ କୁ ୱାର୍ଡ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସୁଦୃଢ କରିବାକୁ ଏହି ବୈଠକରେ ଉପସ୍ଥିତ ନେତୃତ୍ୱ ମାନେ ଆହ୍ୱାନ ଦେଇଥିଲେ । ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଆଲୋକ କୁମାର ସାହୁ, ପୂର୍ବତନ ଉପନଗରପାଳ ଶ୍ରୀଯୁକ୍ତ ମନୋଜ କୁମାର ରାଉତ, ଦଳର ବରିଷ୍ଠ ନେତୃତ୍ୱ ତଥା ପୂର୍ବତନ ବ୍ରିଟ ଅଧକ୍ଷ ଶ୍ରୀଯୁକ୍ତ ଗୌରୀ କୁମାର ରାଉତ, ବରଦା ପ୍ରସନ୍ନ ପଟ୍ଟନାୟକ, ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ସାହିରୁଲ ହକ ଜିଲ୍ଲା ଛାତ୍ର ସଭାପତି ସିମନ ଦାସ ମହାପାତ୍ର, ଜିଲ୍ଲା ଯୁବ ସଭାପତି ତାପସ ପରିଡ଼ା, ବ୍ଲକ ମହିଳା ସଭାପତି ଲିନା ସାହୁ, ଟାଉନ ମହିଳା ସଭାପତି ମିନା ମହାନ୍ତି, ଯୁବ ଟାଉନ ସଭାପତି ଉମାଶଙ୍କର ତିଆଡ଼ି, ଟାଉନ ଛାତ୍ର ସଭାପତି କୁଶଳ ଚାଟାର୍ଜିଙ୍କ ସହିତ ପଂଚାୟତର ସରପଂଚ, ସମିତି ସଭ୍ୟ ଓ ସଭ୍ୟା, ପୌର ପୂର୍ବତନ କାଉଁସିଲର, ଦଳର ତୃଣମୂଳ ସମସ୍ତ ନେତୃବୃନ୍ଦ ଏବଂ କର୍ମକର୍ତା ଉପସ୍ଥିତ ଥିଲେ ।


