ଜାନୁଆରୀ ୩୧ ଯାଏଁ ଜଗା ଦର୍ଶନ ବନ୍ଦ
ପୁରୀ : ଆସନ୍ତା ଜାନୁଆରୀ ୧୦ ତାରିଖ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଜାନୁଆରୀ ୩୧ ତାରିଖ ଯାଏଁ ଏହି କଟକଣା ବଳବତର ରହିବ । ଶୁକ୍ରବାର ଦିନ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ଓ ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ରାଜ୍ୟର କେରାନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି ।
କରୋନା ଯୋଗୁଁ ଗତ ଦୁଇ ବର୍ଷ ହେବ ଦୀର୍ଘ ଦିନ ପାଇଁ ପୁରୀ ଶ୍ରୀ ମନ୍ଦିରରେ ଜଗା ଦର୍ଶନ ବନ୍ଦ ରହିଥିଲା । ତେବେ କରୋନାର କୋପ କମିବା ପରେ ଭକ୍ତଙ୍କ ପାଇଁ ଖୋଲିଥିଲା ଜଗା ଦୁଆର । ରବିବାର ଛାଡ଼ି ଅନ୍ୟ ୬ ଦିନ ଶ୍ରୀମନ୍ଦିରେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁଥିଲେ ଭକ୍ତ । ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତଙ୍କୁ ଡବଲ୍ ଡୋଜ୍ ଟିକାର ପ୍ରମାଣପତ୍ର ବା କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡୁଥିଲା । ଏହା ସତ୍ୱେ ଶହୀମନ୍ଦିରର କିଛି ସେବାୟତ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ବର୍ତମାନ ସମୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ତେବେ ମନ୍ଦିରର ନୀତିକାନ୍ତି ଜାରି ରହିବ ।
