ଏଣିକି ସ୍କୁଲ ପିଲା ପଢିବେ ଶ୍ରୀମଦ୍ ଭଗବତ ଗୀତା
ଅହମ୍ମଦାବାଦ : ଏଣିକି ସ୍କୁଲ ଓ କଲେଜ ପିଲା ପଢିବେ ଶ୍ରୀମଦ୍ ଭଗବତ ଗୀତା । ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଓ କଲେଜରେ ଭଗବତ ଗୀତା ପଢିବେ । ନିଜ ରାଜ୍ୟରେ ଏବେ ଏଭଳି କିଛି ନୂଆ ଶିକ୍ଷାନୀତି ଆଣିଛନ୍ତି ଗୁଜରାଟ ସରକାର । ତେବେ ଗୁଜରାଟ ସରକାରଙ୍କ ଏହି ନୂଆ ଶିକ୍ଷାନୀତି ଅନୁସାରେ, ଗୁଜରାଟର ସମସ୍ତ ସ୍କୁଲରେ ଗୀତାର ମହତ୍ତ୍ବ ଏବଂ ମୂଲ୍ୟବୋଧ ବିଷୟରେ ପଢାଯିବ । ଏ ସମ୍ପର୍କରେ ଏକ ସର୍କୁଲାର ପାରିତ ହୋଇଛି । ମୁଖ୍ୟତଃ ଦେଶର ପରମ୍ପରା ଏବଂ ଗର୍ବ ଗୌରବର ଭାବନାରେ ହୃଦବୃଦ୍ଧ ହେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି।
ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଭାରତର ମହାନ ଗୌରବଶାଳି ସଂସ୍କୃତିକୁ ସାମିଲ କରାଯିବା ଜରୁରୀ । ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ବିକାଶ ହୋଇପାରବି ବୋଲି ଗୁଜରାଟ ଶିକ୍ଷାମନ୍ତ୍ରୀ ଜିତୁ ଭଗାନି କହିଛନ୍ତି। ସେ କହିଛନ୍ତି ଯେ, ଭଗବତ ଗୀତାର ମୂଲ୍ୟ, ନୀତି ଏବଂ ଏହାର ଗୁରୁତ୍ୱ ସବୁ ଧର୍ମର ଲୋକଙ୍କ ଗ୍ରହଣ ହୋଇପାରିଛି। ତେଣୁ ଷଷ୍ଠ ଷ୍ରେଣୀ ଛାତ୍ରଙ୍କ ନିମନ୍ତେ ଗୀତାକୁ ଏଭଳି ସରଳ ଢଙ୍ଗରେ ଉପସ୍ଥାପନ କରାଯିବି ସେମାନେ ଯେମିତି ବୁଝି ପାରିବେ ବୋଲି କହିଛନ୍ତି।
ପରେ କାହାଣୀ ଗୁଡ଼ିକୁ ଶ୍ଳୋକ, ଗୀତ, ରଚନା, ତର୍କ, ଖେଳ ଏବଂ କୁଇଜ୍ ମାଧ୍ୟମରେ ବୋଧଗମ୍ୟ ହେବା ଭଳି ଉପସ୍ଥାପନ କରାଯିବ। ଏ ବାବଦରେ ସ୍କୁଲକୁ ସରକାରଙ୍କ ଦ୍ୱାରା ସବୁ ସୁବିଧା ଯୋଗାଇ ଦିଆଯିବ। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ କାହାଣୀ ମାଧ୍ୟମରେ ଗୀତା ଶିକ୍ଷା ଦିଆଯିବ ।
