ଶ୍ରୀମଦ୍ ଭଗବଦ୍ ଗୀତା ମାନବ ଜାତି ପାଇଁ ଜୀବନର ଦର୍ପଣ ତୁଲ୍ୟ ନୀଳାଦ୍ରୀ ବିହାରରେ ଗୀତା ଜୟନ୍ତୀ ସମାରୋହ
ଯାଜପୁର : ଶ୍ରୀମଦ୍ ଭଗବଦ୍ ଗୀତା ମାନବ ଜାତି ପାଇଁ ଜୀବନର ଦର୍ପଣ ତୁଲ୍ୟ ବୋଲି ନୀଳାଦ୍ରୀ ବିହାର ପରିସରରେ ଅନୁଷ୍ଠିତ ଗୀତା ଜୟନ୍ତୀ ସମାରୋହରେ ଯୋଗଦେଇ ବିଶିଷ୍ଟ ବକ୍ତା ଓ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପ୍ରକାଶ ଯେ ପବିତ୍ର ଗୀତା ଜୟନ୍ତୂୀ ଅବସରରେଆଜି ସକାଳୁ ନୀଳାଦ୍ରୀ ବିହାର ପରିସର ଉତ୍ସବମୟ ହୋଇ ଉଠିଥିଲା । ଏହାପରେ ଶ୍ରୀମଦ୍ ଭଗବଦ୍ ଗୀତାର ଏହି ପାରାୟଣ କାର୍ୟ୍ୟକ୍ରମକୁ ଗଗନ ବିହାରୀ ଆଚାର୍ୟ୍ୟ, ଅଶୋକ କୁମାର ଆଚାର୍ୟ୍ୟ, ସୁଧୀର କୁମାର ଆଚାର୍ୟ୍ୟ ପ୍ରମୁଖ ଏହା ପରିଚାଳନା କରିଥିଲେ । ପୂର୍ବାହ୍ନରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ବିନୋଦ ବିହାରୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସଭାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲ । ଶିକ୍ଷାବିତ୍ଗଦାଧର ପଢିଆରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ଡ.ଦେବପ୍ରସାଦ ସାମଲ,ସମ୍ମାନୀତ ଅତିଥି ଭାବେ ଅଖିଳଚକ୍ର ସମ୍ପାଦକ ହରେକ୍ରୁଷ୍ଣ ପଣ୍ଡା, ସାମ୍ବାଦିକ ଅନିରୁଦ୍ଧ ବେଉରିଆ,ନାରାୟଣଚନ୍ଦ୍ର ପଣ୍ଡା, ବନମାଳି ପତି, ଗୋପାଳ ସାମଲ ପ୍ରମୁଖ ଯୋଗଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ଗୀତାଜ୍ଞାନ ପ୍ରତିଯେୀଗୀତାରେ କ୍ରୁତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ସମସ୍ତ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା । ସେବାଧ୍ୟକ୍ଷ ଦେବାଶିଷ ଆଚାର୍ୟ୍ୟ ସମସ୍ତ ଅତିଥି ମାନଙ୍କୁ ସ୍ବାଗତ କରିଥିଲେ ଓ ଇଂ.ଅମ୍ବରୀଶ ଆଚାର୍ୟ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।
