ପରଟାରେ ଶ୍ରୀଜଗନ୍ନାଥ ଆବିର୍ଭାବ
କଟକ : ପୋତାପୋଖରୀ ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି ଏକ ଅଲୈାକିକ ଘଟଣା । ଜନାର୍ଦ୍ଦନ ସ୍ୱାଇଁ ଓ ପତ୍ନୀ ସଂଘମିତ୍ରାଙ୍କ ଘରେ ପରଟାରେ ପ୍ରଭୂ ଶ୍ରୀଜଗନ୍ନାଥ ଦେଖାଦେଇଛନ୍ତି । ସଂଘମିତ୍ରା ବୁଧବାର ସକାଳେ ପରିବାର ସଦସ୍ୟଙ୍କ ପାଇଁ ପରଟା ତିଆରି କରୁଥିବା ବେଳେ ହଠାତ୍ ପରଟାରେ ଜଗନ୍ନାଥଙ୍କ ପ୍ରତିଛବି ଦେଖି ଭାବ ବିହ୍ୱଳ ହୋଇ ସଙ୍ଗେ ସଙ୍ଗେ ପ୍ରଣାମ କରିବା ସହିତ ଏକ ଥାଳିରେ ରଖି ଫୁଲ, ଚନ୍ଦନ, ତୁଳସୀ ଦେଇ ଦୀପ ଲଗାଇ ପୂଜାର୍ଚ୍ଚନା କରିଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଏହା ଦେଖିବା ପାଇଁ ଭିଡ ଲଗାଇଥିଲେ । ପବିତ୍ର କାର୍ତ୍ତିକ ମାସରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରଟାରେ ଆବିର୍ଭାବ ହେତୁ ସଂଘମିତ୍ରା ନିଜକୁ ଭାଗ୍ୟବାନ ମନେ କରନ୍ତି ବୋଲି ପ୍ରତିକ୍ରିୟାରେ କହିଛନ୍ତି ।
