ଶ୍ରୀଲଙ୍କାକୁ ମିଳିବ ନୂଆ ରାଷ୍ଟ୍ରପତି, ୨୦ରେ ନିର୍ବାଚନ
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି । ରାଜରାସ୍ତାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସବୁଆଡେ ବିକ୍ଷୋଭକାରୀଙ୍କୁ ଦେଖିବାକୁ ମିଳୁଛି । ପେଟ୍ରୋଲ, ବିଦ୍ୟୁତ୍ ଏବଂ ଖାଦ୍ୟ ଭଳି ମୌଳିକ ସୁବିଧା ପାଇଁ ଲୋକମାନେ ସଂଘର୍ଷ କରୁଛନ୍ତି । ଏନେଇ ଏବେ ଦେଶରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି । ଶ୍ରୀଲଙ୍କାରେ ଆର୍ôଥକ ସଙ୍କଟ ମଧ୍ୟରେ ଏବେ ନୂତନ ରାଷ୍ଟ୍ରପତି ନିର୍ବାଚନ ତାରିଖ ମଧ୍ୟ ଘୋଷଣା କରାଯାଇଛି ।
ଶ୍ରୀଲଙ୍କା ଗଣମାଧ୍ୟମ ଅନୁଯାୟୀ, ଉଦ୍ଧେଶ୍ୟରେ କହିଛନ୍ତି ଯେ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଜୁଲାଇ ୧୮ ପର୍ଯ୍ୟନ୍ତ କରାଯାଇପାରିବ । ଏହା ପରେ ଜୁଲାଇ ୨୦ରେ ଏହି ପଦବୀ ପାଇଁ ମତଦାନ ହେବ । ଜୁଲାଇ ୧୩ରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଇସ୍ତଫା ଦେବା ପାଇଁ ଘୋଷଣା କରିବା ପରେ ସୋମବାର ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଦନେ । ଅନ୍ୟପକ୍ଷରେ ଶ୍ରୀଲଙ୍କାର ବିରୋଧୀ ଦଳର ସାଂସଦ ସାଜିତ ପ୍ରେମାଦସା ଟ୍ୱିଟ୍ କରି କହିଛନ୍ତି ଯେ ଗୋଟବାୟା ରାଜପକ୍ଷେ, ରାନିଲ ବିକ୍ରମସିଙ୍ଘେ ଏବଂ ପୋହଟ୍ଟୁଆ ସରକାର ସେମାନଙ୍କର ବୈଧତା ହରାଇଛନ୍ତି । ଗତ ଅଢ଼େଇ ବର୍ଷ ମଧ୍ୟରେ ଆପଣଙ୍କ ଅକ୍ଷମତା ଆମ ଦେଶକୁ ଧ୍ୱଂସ କରିଛି । ଆମେ ଏକ ନୂତନ ରାଷ୍ଟ୍ରପତି ଏବଂ ନୂତନ ପ୍ରଧାନମନ୍ତ୍ରୀଙ୍କ ସହ ଏକ ନୂତନ ସରକାର ଗଠନ କରିବୁ । ସେ କହିଛନ୍ତି ଯେ ଯଦି କେହି ଏହି ପ୍ରକ୍ରିୟାକୁ ବିରୋଧ କରିବେ ତେବେ ପରବର୍ତୀ ବିଶୃଙ୍ଖଳା ପାଇଁ ସେ ଦାୟୀ ରହିବେ ।
