୯ ବର୍ଷର ବ୍ୟବଧାନ ପରେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀସନ୍ଥ
ନୂଆଦିଲ୍ଲୀ: ଆଗାମୀ ରଣଜୀ ଟ୍ରଫି ପାଇଁ ୨୪ ଜଣିଆ କେରଳ ଦଳରେ ପୂର୍ବତନ ଭାରତର ଦ୍ରୁତ ବୋଲର ଏସ୍ ଶ୍ରୀସନ୍ଥଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରାୟ ୯ ବର୍ଷର ବ୍ୟବଧାନ ପରେ ୩୮ ବର୍ଷୀୟା ରେଡ-ବଲ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଶ୍ରୀସନ୍ଥକୁ ଶେଷ ଥର ପାଇଁ ୨୦୧୩ ରେ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ, ଯେତେବେଳେ ତାଙ୍କୁ ମୁମ୍ବାଇ ବିପକ୍ଷରେ ଇରାନ କପରେ ଦେଖିବାକୁ ମିଳିଥିଲା।
୨୦୧୩ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ସାତ ବର୍ଷର ନିଲମ୍ବନ କରିବା ପରେ ଭେଟେରାନ୍ ଦ୍ରୁତ ବୋଲର କେରଳ ଦଳରେ ସ୍ଥାନ ପାଇ ଖୁସି ଅଛନ୍ତି। ଶ୍ରୀସନ୍ଥ ଟ୍ୱିଟରରେ ଲେଖିଛନ୍ତି, “୯ ବର୍ଷ ପରେ ରଣଜୀ ଟ୍ରଫିକୁ ଫେରିବା ପରେ ବହୁତ ଖୁସି ଅନୁଭବ କରୁଛି। ମୋ ସୁନ୍ଦର ରାଜ୍ୟର ବାସିନ୍ଦାଙ୍କ ପାଇଁ ଆପଣ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ବୋଲି ସେ ଜଣାଇଛନ୍ତି।
୨୦୧୩ ରେ, ଶ୍ରୀସନ୍ଥ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା, ଯେଉଁଠାରେ ତାଙ୍କୁ ଅଜିତ ଚଣ୍ଡିଲା ଏବଂ ଅଙ୍କିତ ଚୌହାନଙ୍କ ସହ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଆଇପିଏଲର ସପ୍ତମ ସଂସ୍କରଣରେ ଶ୍ରୀସନ୍ଥଙ୍କ ଉପରେ ସ୍ପଟ୍ ଫିକ୍ସିଂ ଅଭିଯୋଗ କରାଯାଇଥିଲା, କିନ୍ତୁ ପ୍ରମାଣ ଅଭାବରୁ ସମସ୍ତ ଅଭିଯୋଗରୁ ମୁକ୍ତ କରାଯାଇଥିଲା। ତାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ସେପ୍ଟେମ୍ବର ୧୩, ୨୦୨୦ ରେ ଶେଷ ହୋଇଥିଲା। କ୍ରିକେଟ୍ ଠାରୁ ଦୂରରେ ରହିବା ପରେ ଏସ ଶ୍ରୀସନ୍ଥ ତାଙ୍କ ଫିଟନେସ୍ ପ୍ରତି ବହୁତ ଧ୍ୟାନ ଦେଇଛନ୍ତି। ଏହା ପରେ ତାଙ୍କୁ ଅନେକ ସ୍ଥାନରେ ମଡେଲିଂ ଏବଂ ଅଭିନୟ କରୁଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ସେ ବିଗ୍ ବସ୍ ରେ ମଧ୍ୟ ସ୍ଥାନ ପାଇଥିଲେ । ଶ୍ରୀସନ୍ଥ ୨୦୦୭ ଟି -୨୦ ବିଶ୍ୱକପ ବିଜେତା ଦଳର ଏକ ଅଂଶ ଥିଲେ ।
