ପାର୍ବଣ ପାଇଁ ସ୍ୱତନ୍ତ୍ର କଟକଣା ଜାରି କଲେ ଏସଆରସି
- ମୂର୍ତ୍ତି ଉଚ୍ଚତା ୪ ଫୁଟ ରହିବ
- ପାର୍ବଣରେ ଗାଇଡଲାଇନ୍ ମାନିବାକୁ ଅପିଲ
ଭୁବନେଶ୍ୱର : କୋଭିଡ ଗାଇଡଲାଇନ ନେଇ ରାଜ୍ୟବାସୀଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିସନର (ଏସଆରସି) ପ୍ରଦୀପ ଜେନାଙ୍କ ସୂଚନା। ପାର୍ବଣ ପାଇଁ ସ୍ୱତନ୍ତ୍ର କଟକଣା ଜାରି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଲୋକମାନେ ସତର୍କତା ଅବଲମ୍ବନ କରିବାକୁ ନିବେଦନ । ପାର୍ବଣ ପାଇଁ ଗତ ଅଗଷ୍ଟ ୯ରେ ଜାରି ଗାଇଡଲାଇନ ଲାଗୁ ରହିବ ବୋଲି ସରକାର ଘୋଷଣା କରିଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ମୂର୍ତ୍ତି ଉଚ୍ଚତା ବଢାଯିବ ନାହିଁ । ୪ ଫୁଟରୁ ଉଚ୍ଚ ମୂର୍ତ୍ତି ନକରିବା ପାଇଁ ପୂଜା କମିଟିମାନଙ୍କୁ ଅପିଲ କରାଯାଉଛି ।
ପ୍ରେସମିଟ୍ ଜରିଆରେ ରାଜ୍ୟବାସୀଙ୍କୁ ସୂଚନା ଦେଇ ଏସ୍ଆର୍ସି ପ୍ରଦୀପ ଜେନା କହିଛନ୍ତି, ପୂଜା ସମୟରେ ରାଜ୍ୟବାସୀଙ୍କୁ କଟକଣା ମାନନ୍ତୁ । ପ୍ରଶାସନକୁ ଅକୁଣ୍ଠ ସହଯୋଗ କରିଛନ୍ତି ରାଜ୍ୟବାସୀ । ପାର୍ବଣ ଋତୁରେ ଗାଇଡଲାଇନ ପାଳନ କରିବାକୁ ବିଶେଷ ଅନୁରୋଧ । ଏହା ସହିତ ରାଜ୍ୟ ସରକାର ପାର୍ବଣ ପାଇଁ ଜାରି କରିଥିବା ଗାଇଡଲାଇନ୍କୁ ମାନି ପୂଜା କରିବା । ବିଭିନ୍ନ ପୂଜା କମିଟିମାନଙ୍କୁ କରୋନା ଗାଇଡଲାଇନ୍ ପାଳନ କରିବା ସହିତ ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ । ଏହା ସହିତ ଦୂର୍ଗା ପୂଜା ଏବଂ ଅନ୍ୟ ପାର୍ବଣ ସମୟରେ ବିଶେଷ ଧ୍ୟାନ ଦେବାକୁ ହେବ । ସଂକ୍ରମଣକୁ ଦୃଷ୍ଟିରେ ରଖି ମୂର୍ତ୍ତି ଉଚ୍ଚତା ବଢାଯିବ ନାହିଁ । ୪ ଫୁଟରୁ ଉଚ୍ଚ ମୂର୍ତ୍ତି ନକରିବା ପାଇଁ ପୂଜା କମିଟିମାନଙ୍କୁ ଅପିଲ କରାଯାଉଛି । ସେହିପରି ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ପାଳନ କରାଯାଉଛି । ଲୋକମାନେ ମନ୍ଦିର ଭିତରେ ଭିଡ଼ ନ କରି ଓ କରୋନା କଟକଣାକୁ ମାନି ପାଳନ କରି ନିଜ ପରିବାର ଓ ଗାଁକୁ ସୁରକ୍ଷିତ ରଖିବାକୁ ସେ ନିବେଦନ କରିଛନ୍ତି । କେରଳର ଉଦାହରଣ ଦେଇ ଏସ୍ଆର୍ସି କହିଛନ୍ତି, ସେଠାରେ ସଂକ୍ରଅମଣ ହାର କମିଥିଲା । କିନ୍ତୁ ଓନାମ୍ ପର୍ବ ପାଳନ ପରେ ସଂକ୍ରମଣ ହାର ଅହେତୁକ ଭାବେ ବୃଦ୍ଧି ପାଇଛି । ସେହିଭଳି କୁମ୍ଭ ମେଳା ପରେ ଦେଶରେ ଦ୍ରୁତଗତିରେ ସଂକ୍ରମଣ ବୃଦ୍ଧିପାଇଥିଲା । ଏବେ କେରଳରେ ସଂକ୍ରମଣ ବୃଦ୍ଧି ପାଉଛି । ଏହାର ମୁଖ୍ୟ କାରଣ ହେଉଛି ପର୍ବପର୍ବାଣୀ । ତେଣୁ ରାଜ୍ୟରେ ଏବେ ପାର୍ବଣ ଋତୁ ଚାଲୁଥିବାରୁ ସଚେତନତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ଏସ୍ଆର୍ସି ପ୍ରଦୀପ ଜେନା ।
ଦେଶରେ କରୋନାର ୨ୟ ସଂକ୍ରମଣ ଶେଷ ହୋଇନାହିଁ । ଦେଶରେ ଏବେ ବି ଦୈନିକ ୩୦ରୁ ୪୦ ହଜାର ନୂଆ ଆକ୍ରାନ୍ତ ବାହାରୁଛନ୍ତି । ବିଶେଷକରି କେରଳରେ ସ୍ଥିତି ଚିନ୍ତାଜନକ ରହିଛି । କେରଳରେ ଓନାମ ପରେ ସଂକ୍ରମଣ ବଢିଯାଇଥିଲା । ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଆଗକୁ ୩ୟ ଲହର ଆସିବା ଆଶଙ୍କା କରାଯାଉଛି । ଏଣୁ ଗତ ଅଗଷ୍ଟ ୯ରେ ଜାରି ଗାଇଡଲାଇନ ଲାଗୁ ରହିବ ବୋଲି ସେ ଘୋଷଣା କରିଛନ୍ତି । ମୂର୍ତ୍ତି ଉଚ୍ଚତା ବୃଦ୍ଧି କରିବାକୁ କେତେକ ପୂଜାକମିଟି ତରଫରୁ ଦାବି କରାଯାଇଥିଲେ ବି ମୂର୍ତ୍ତି ପୂର୍ବପରି ୪ ଫୁଟ ଉଚ୍ଚତା ବିଶିଷ୍ଟ ହେବ ବୋଲି ସେ କହିଛନ୍ତି । ସେହିପରି ଆବଦ୍ଧ ମଣ୍ଡପରେ ବିନା ଦର୍ଶକରେ ମୂର୍ତ୍ତି ପୂଜା କରାଯିବ । ପୂଜା ମଣ୍ଡପରେ ଏକ ସମୟରେ ସର୍ବାଧିକ ୭ଜଣ ଉପସ୍ଥିତି ରହିବେ। ଏଥିରେ କର୍ତ୍ତା, ପୂଜକ ଓ ସହଯୋଗୀ ରହିବେ। ସମସ୍ତେ କୋଭିଡ କଟକଣା ମାନିବେ । ଜନସ୍ବାର୍ଥ ଦୃଷ୍ଟିରୁ ଏବେ ମଧ୍ୟ ରାଜ୍ୟରେ କୋଭିଡ୍ କଟକଣା ଜାରି ରହିଛି । କଟକଣା କୋହଳ ହୋଇଥିଲେ ସୁଦ୍ଧା ଗାଇଡଲାଇନ୍ ଜାରି କରାଯାଇଛି ଏବଂ କୋଭିଡ୍ ଗାଇଡଲାଇନ୍ ପାଳନ କରି ପୂଜା କରିବା ପାଇଁ ଅପିଲ କରାଯାଇଛି । ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ।
