ଫକୀର ମୋହନ କଲେଜ୍ ପୁରାତନ ଛାତ୍ର ସଂସଦରେ ଅଧିଆତ୍ମିକ ଆଲୋଚନାଚକ୍ର
ବାଲେଶ୍ୱର : ଅଦ୍ୟ ଅପରାହ୍ନ ୪ଘଟିକା ସମୟରେ ପୁରାତନ ଛାତ୍ରସଂସଦର କାର୍ଯ୍ୟାଳୟରେ ସଭାପତି ଡ. ପ୍ରଭାତ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ୱରେ ‘ଆଧ୍ୟାମିôକ ଶାନ୍ତି ଓ ସୁଖ’ ଶୀର୍ଷକ ଏକ ଆଧ୍ୟାମିôକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱର ଶାଖା ବ୍ରହ୍ମକୁମାରୀ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପ୍ରଶିକ୍ଷିକା ଭଉଣୀ ମିନତୀ ଏବଂ ଶୁଭଶ୍ରୀ ଯୋଗଦେଇ ଆତ୍ମା, ମନ, ବୁଦ୍ଧି, ସଂସ୍କାର ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରି ସମସ୍ତ ବର୍ଗର ଲୋକମାନଙ୍କର ମାନସିକ ଶାନ୍ତିର ବିଶେଷ ଲକ୍ଷ୍ୟରେ ପହଞ୍ôଚବାର ଉପାୟମାନ ତାଙ୍କ ବକ୍ତବ୍ୟରେ ପ୍ରଦାନ କରିଥିଲେ । ସଭ୍ୟମାନେ ସେମାନଙ୍କର ଜୀବନର ପ୍ରତ୍ୟେକ ଅନୁଭୂତିରେ ଥିବା ସନ୍ଦେହକୁ ଆଲୋଚନା ଜରିଆରେ ଦୂର କରିଥିଲେ । ସଂସଦର ସାଧାରଣ ସମ୍ପାଦକ ବିଷ୍ଣୁପ୍ରସାଦ ମହାନ୍ତି ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବାବେଳେ କାର୍ଯ୍ୟକାରୀ ସମ୍ପାଦକ ଗୋପାଳ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ପ୍ରଭାତ ଚୌଧୁରୀ, ଡ. ବିଜୟ ପଣ୍ଡା, ଗୋପାଳ ଜେନା, ବିଷ୍ଣୁପ୍ରସାଦ ମହାନ୍ତି, ଇଂ. ସୁରେନ୍ଦ୍ର ଦାସ, ମଧୁସୂଦନ ବେହେରା, ରାମପ୍ରସାଦ ପ୍ରଧାନ, ରାମଚନ୍ଦ୍ର ସେଠୀ, ବିଜୟ ବଳିୟାରସିଂହ, ଶରତ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲ।
