ସ୍ପାଇସଜେଟ୍ ବିମାନର କ୍ୟାବିନ ଧୂଆଁମୟ, ଦିଲ୍ଲୀରେ ଜରୁରୀ ଅବତରଣ
ନୂଆଦିଲ୍ଲୀ : ଦିଲ୍ଲୀରୁ ଜବଲପୁର ଯାଉଥିବା ଏକ ସ୍ପାଇସଜେଟ୍ ବିମାନ ଉଡାଣ ଭରିବାର କିଛି ମିନିଟ ପରେ ଶନିବାର ସକାଳେ ଦିଲ୍ଲୀ ଫେରିଛି । ସ୍ପାଇସଜେଟର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ବିମାନ ଉଡ଼ାଣ ଭରି ୫୦୦୦ ଫୁଟ ଉଚ୍ଚକୁ ପହଞ୍ଚି ଯାଇଥିବା ବେଳେ ପାଇଲଟଙ୍କ କ୍ୟାବିନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ପରେ ବିମାନଟି ଫେରିଆସି ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା।
#WATCH | A SpiceJet aircraft operating from Delhi to Jabalpur returned safely to the Delhi airport today morning after the crew noticed smoke in the cabin while passing 5000ft; passengers safely disembarked: SpiceJet Spokesperson pic.twitter.com/R1LwAVO4Mk
— ANI (@ANI) July 2, 2022
ବିମାନର ଜରୁରୀ ଅବତରଣ ବିଷୟରେ ସୂଚନା ପାଇବା ପରେ ଶିବସେନା ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଡିଜିସିଏକୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ ଘୋଡା ବେପାର ପାଇଁ ପସନ୍ଦଯୋଗ୍ୟ ବିମାନ ହୋଇଥିବାରୁ ଡିଜିସିଏ ବିମାନ ସେବା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ। ଯାତ୍ରୀମାନଙ୍କ ଜୀବନ ରକ୍ଷା ପାଇଁ କ୍ରୁ ସଦସ୍ୟମାନଙ୍କୁ ସଲାମ୍ ବୋଲି ସେ କହିଛନ୍ତି। ଟ୍ବିଟରରେ ସେୟାର ହୋଇଥିବା ଏକ ଭିଡ଼ିଓରେ ବିମାନଟି ଭିତରପଟୁ ଧୂଆଁମୟ ହୋଇଥିବା ଦେଖିବାକୁ ମିଳୁଛି । ଭିତରେ ବସିଥିବା ଯାତ୍ରୀମାନେ ଧୂଆଁ ଯୋଗୁଁ କାଶୁଛନ୍ତି । ବିମାନର ଜରୁରୀ ଅବତରଣ ପରେ ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ରଖାଯାଇଛି। ଯାତ୍ରୀମାନଙ୍କୁ ଅନ୍ୟ ବିମାନ ଯୋଗେ ଜବଲପୁରକୁ ପଠାଯିବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଜୁନ୍ ୧୯ରେ ମଧ୍ୟ ଏକ ସ୍ପାଇସଜେଟ୍ ବିମାନ ଜରୁରୀ ଅବତରଣ କରିଥିଲା | ବିମାନରେ ନିଆଁ ଲାଗିବା ପରେ ଦିଲ୍ଲୀ ଯାଉଥିବା ବିମାନ ପାଟନା ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା। ସେହି ବିମାନରେ ୧୮୫ ଜଣ ଲୋକ ଥିଲେ।
