ଗିରଫ ଏଏସ୍ପି ତ୍ରିନାଥ ମିଶ୍ରଙ୍କୁ ଆବଶ୍ୟକୀୟ ସେବା ଯୋଗାଇଦେବାକୁ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତର ନିର୍ଦ୍ଦେଶ
କଟକ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ଗିରଫ ହୋଇଥିଲେ। ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଏବେ ସେ ଜେଲରେ ଅଛନ୍ତି । ସେ ମଧୁମେହ ରୋଗୀ । ଏଥିପାଇଁ ଗତ ୧୪ବର୍ଷ ହେଲା ସେ ବିଶେଷ ଚିକିତ୍ସା ପଦ୍ଧତି ଆପଣାଉଛନ୍ତି । ନିୟମିତ ଇନସୁଲିନ ନେଉଛନ୍ତି । ସେହିପରି ଗତ ଦେଢ ବର୍ଷ ହେବ ଅବସ୍ଟକ୍ଟିଭ ସ୍ଲିପ ଆପେନିଆ ରୋଗରେ ପୀଡ଼ିତ ଅଛନ୍ତି । ଏଭଳି ରୋଗ ପାଇଁ ସି-ପ୍ୟାକ୍ ମେସିନ ଧରି ନିୟମିତ ଶୋଇବାକୁ ହୋଇଥାଏ । ଏହି ଚିକିତ୍ସା ମଧ୍ୟ ତ୍ରିନାଥ ମିଶ୍ର ନିୟମିତ କରିଥାନ୍ତି । କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ଏହି ଚିକିତ୍ସା ପାଇଁ ଅନୁମତି ଦେଇ ନଥିଲେ। ତେଣୁ ତାଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା ଯୋଗାଇ ଦେବାକୁ ଭିଜିଲାନ୍ସ କୋର୍ଟରେ ଆବେଦନ କରାଯାଇଥିଲା। ଏହାସହ ତାଙ୍କୁ ଘର ତିଆରି ସ୍ବତନ୍ତ୍ର ଖାଦ୍ୟ ଯୋଗାଇ ଦେବାକୁ ପ୍ରାର୍ଥନା କରାଯାଇଥିଲା।
ଏହାକୁ ନଜରରେ ରଖାଯାଇ ଶ୍ରୀ ମିଶ୍ରଙ୍କୁ ଆବଶ୍ୟକୀୟ ସେବା ଯୋଗାଇଦେବାକୁ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜେଲ୍ ଡାକ୍ତରଙ୍କ ପରାମର୍ଶ କ୍ରମେ ତ୍ରିନାଥଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଅଦାଲତ କହିଛନ୍ତି ।
