୧୩ ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ
ଭୁବନେଶ୍ୱର : ଆସନ୍ତା ୧୩ ତାରିଖରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ । ଏହି ଦିନ ଗୃହରେ ବାଚସ୍ପତି ନିର୍ବାଚନ କରାଯିବାକୁ ଥିବାବେଳେ ଆଜି ଏନେଇ ନାମାଙ୍କନ ପତ୍ର ଦାଖଲ କରାଯିବ । ତେବେ ବିଜେଡି ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ବିଧାୟକ ବିକ୍ରମ କେଶରୀ ଆରୁଖ ପରବର୍ତ୍ତୀ ବାଚସ୍ପତି ହେବା ନିଶ୍ଚିତ ହୋଇ ସାରିଛି । ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେଇ ଥିବାବେଳେ ଏଥିପାଇଁ ଆସନ ଖାଲି ରହିଥିଲା । ସେପଟେ ଜୁଲାଇ ପ୍ରଥମ ସପ୍ତାହରେ ବସିବ ବିଧାନସଭା ଅଧିବେଶନ ।
