ଝାରସୁଗୁଡା ଜିଲ୍ଳାରେ ଫିଫା ୧୭ ବର୍ଷ ବାଳିକା ବିଶ୍ୱକପ କୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଝାରସୁଗୁଡା : ଆଜି ଅପରାହ୍ନ ୫ଟା ରେ ଝାରସୁଗୁଡା ଜିଲ୍ଳାପାଳ ଙ୍କ ସମ୍ମିଳନୀ ଗୃହରେ ଜିଲ୍ଳାପାଳ ସରୋଜ କୁମାର ସାମଲ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଓଡିଶା କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଉ ଥିବା ମହିଳା ବିଶ୍ୱକପ ଫୁଟବଲ ଖେଳକୁ ଅଧିକ ଜନପ୍ରିୟ କରିବା ନିମନ୍ତେ ସମଗ୍ର ରାଜ୍ୟରେ ବିଦ୍ୟାଳୟ ସ୍ତରରେ ଉଭୟ ବାଳକ ଓ ବାଳିକା ୧୭ବର୍ଷ ବର୍ଗ ରେ ବ୍ଳକସ୍ତରୀୟ ଏବଂ ଜିଲ୍ଳା ସ୍ତରୀୟ ଫୁଟବଲ ପ୍ରତିଯୋଗିତା ହେଉଛି । ଏହାକୁ ଦୃଷ୍ଟିରେ ରଖି ଆମ ଜିଲ୍ଳରେ ଆସନ୍ତା ୧୧/୧୦/୨୨ ତାରିଖ ରୁ ୧୭/୧୦ ପର୍ଯ୍ୟନ୍ତ ଜିଲ୍ଳାର ୫ଟି ବ୍ଳକ କୁ ୮ଟି ଜୋନ କରା ଯାଇ ସ୍ଥାନିୟ ୨ୟ ଓ.ଏସ.ଏପି ଷ୍ଟାଡିୟମ ରେ ବାଳକ ,ବାଳିକା ଫୁଟବଲ ପ୍ରତିଯୋଗିତା ଆରମ୍ଭ ହେଉଛି । ଏହି ସମୟରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁ ଥିବା ଖେଳାଳି ମାନଙ୍କୁ ସମସ୍ତ ଖେଳ ଉପକରଣ ଯୋଗାଇ ଦେବା ସହିତ ସରକାରଙ୍କ ୫ଟି ଅଧିନରେ ଥିବା ଜିଲ୍ଳାର ସମସ୍ତ ରୁପାନ୍ତରିତ ଉଚ୍ଚବିଦ୍ୟାଳୟ ସହିତ ବାକି ଥିବା ଅନ୍ୟ ବିଦ୍ୟାଳୟ କୁ ମାଗଣାରେ ଫୁଟବଲ ବିତରଣ କାର୍ଯ୍ୟକ୍ରମ ବିଷୟରେ ଜିଲ୍ଳାପାଳ ବିସ୍ତୁତ ଆଲୋଚନା କରି ଥିଲେ ।ଏହି ଆଲୋଚନାରେ ଜିଲ୍ଳା ଶିକ୍ଷା ଅଧିକାରୀ ପୁଷ୍ପାମିଞ , ସହ ଶିକ୍ଷା ଅଧିକାରୀ ପ୍ରଦିପ୍ତ ସା, ଜିଲ୍ଳା ଶାରୀରିକ ଅଧିକାରୀ ଡମ୍ବରୁ ଧର ପୂଜାରୀ , ଓଡିଶା ହକି ଆସୋସିଏସନର ଉପ-ସଭାପତି ଜୀବନ ମହାନ୍ତି, ଜିଲ୍ଳାର ଶାରୀରିକ ଶିକ୍ଷକ, ହେଡମାଷ୍ଟର ମାନେ ବୈଠକ ଉପସ୍ଥିତ ଥିଲେ ।
