ସ୍ୱତନ୍ତ୍ର ଅଭିଭାବକ-ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ
ଯାଜପୁର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ଦଶରଥପୁର ସରକାରୀ ଉଚ୍ଚ ବିଦ୍ୟାଳୟର ୯ମ ଓ ୧୦ମ ଶ୍ରେଣୀର ଛାତଛାତ୍ରୀଙ୍କ ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମ୍ମଳିନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ପ୍ରଧାନ ଶିକ୍ଷକ ଡଃ ଅକ୍ଷୟ କୁମାର ପଣ୍ଡା ସରକାରଙ୍କ ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ କିପରି ଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧିରେ ସହାୟକ ହୋଇଛି, ସେ ବିଷୟରେ ଅଭିଭାବକ ମାନଙ୍କୁ ଅବଗତ କରିଥିଲେ । ମୁଖ୍ୟଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କୃତ୍ତିବାସ ବାରିକ ଯୋଗଦେଇ ପିତାମାତା ତଥା ଅଭିଭାବକ ମାନେ ନିଜର ସନ୍ତାନ ମାନଙ୍କୁ ପରିବାରରେ ଉପଯୁକ୍ତଭାବେ ଶିକ୍ଷାଦେଲେ ସେମାନେ ବିଦ୍ୟାଳୟରେ ଦିଆଯାଉଥିବା ବିଭିନ୍ନ ନୂତନ ପଦ୍ଧତିର ଶିକ୍ଷାଦାନକୁ ଧୈର୍ଯ୍ୟ ଓ ଆଗ୍ରହର ସହିତ ଗ୍ରହଣ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତିର ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ସକ୍ରିୟ ସଭ୍ୟ ସତୃଘ୍ନ ମଲ୍ଲିକ, ସୁନିତା ଖୁଣ୍ଡୁଆଳ ଏବଂ ଅନ୍ୟ ଅଭିଭାବକ ବୃନ୍ଦ ଯୋଗ ଦେଇଥିଲେ । ଅଭିଭାବକ ମାନଙ୍କୁ ପ୍ରଧାନ ଶିକ୍ଷକ ଡଃ ପଣ୍ଡା, ଶିକ୍ଷକ ସତ୍ୟବ୍ରତ ପାଣି, ଶିକ୍ଷୟିତ୍ରୀ ଗାୟତ୍ରୀ ପ୍ରିୟଦର୍ଶନୀ ଦେବତା ଓ ଲକ୍ଷ୍ମୀପ୍ରିୟା ସାହୁି ପ୍ରମୁଖ ସ୍ମାର୍ଟ କ୍ଲାସ୍, ସାଇନ୍ସ ଲାବୋରାଟୋରୀ ଓ ଇ-ଲାଇବ୍ରେରୀ କିପରି କାର୍ଯ୍ୟକାରୀ ହେଉଛି ତାହା ବୁଲାଇ ଦେଖାଇଥିଲେ । ଶେଷରେ ଅଭିଭାବକମାନେ “୫ଟି” ହାଇସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରି ଗଠନ ମୂଳକ ମତ ଦେଇଥିଲେ ଏବଂ ଯେଉଁ ପ୍ରକଳ୍ପ ଗୁଡିକ ଏପର୍ଯ୍ୟନ୍ତ ବିଦ୍ୟାଳୟରେ କାର୍ଯ୍ୟକାରୀ ହୋଇପାରି ନାହିଁ ସେଗୁଡିକ ଯଥା ଶୀଘ୍ର ଶେଷ କରିବାକୁ କର୍ତ୍ତୁପକ୍ଷଙ୍କୁ ନିବେଦନ କରିଥିଲେ । ଶିକ୍ଷୟିତ୍ରୀ କ୍ରାନ୍ତିକୁାରୀ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଦେବଦତ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
