ପାର୍ବଣ ଯାତ୍ରା ନିମନ୍ତେ ବିରଜା ସେବାସମିତିର ସ୍ୱତନ୍ତ୍ର ବୈଠକ
ଯାଜପୁର : ମା’ବିରଜାଙ୍କ ଆସନ୍ତା ପାର୍ବଣା ଯାତ୍ରା ନିମନ୍ତେ ଆଜି ଏକ ସ୍ୱତନ୍ତ୍ର ବୈଠକ ସଭାପତି ବିଶ୍ୱମ୍ଭର ମିଶ୍ରଙ୍କ ସଭାପତିତ୍ୱରେ ବିରଜା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପାଣ୍ଡବ ସାହୁ ଅସୁସ୍ଥ ହୋଇ କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ଉପସଭାପତି ପ୍ରମୋଦ କୁମାର ଦ୍ୱିବେଦୀ ଗତ ବୈଠକର ବିବରଣୀ ପାଠ କରିଥିଲେ । ସଭାପତି ଶ୍ରୀ ମିଶ୍ର ମା’ଙ୍କର ମହା ସପ୍ତମୀ, ମହାଷ୍ଟମୀ, ମହାନବମୀର ସେବା ସମିତିର କାର୍ଯ୍ୟକ୍ରମ ସମ୍ପର୍କରେ ସାମାନ୍ୟ ସୂଚନା ଦେବାପରେ ଉପସଭାପତି ଶ୍ରୀ ଦ୍ୱିବେଦୀ ଏହା ଉପରେ ସଭ୍ୟମାନଙ୍କ ମଧ୍ୟରେ ଆଲୋଚନା କରିଥିଲେ । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀରେ ବ୍ରହ୍ମାକୁଣ୍ଡ ନିକଟରେ ମଞ୍ଚ ପ୍ରସ୍ତୁତ କରି ମା’ଙ୍କ ରଥଯାତ୍ରାର ଧାରାବିବରଣୀ ପ୍ରଦାନ କରିବା ଓ ଏହା ସହ ଭଜନ ପରିବେଷଣ ମଧ୍ୟ କରାଯିବାକୁ ସ୍ଥିର ହେଲା । ବକ୍ତାମାନଙ୍କୁ ନିମନ୍ତ୍ରଣ କରିବା ଦାୟୀତ୍ୱ ବରିଷ୍ଠ ସଭ୍ୟ ଗୋବିନ୍ଦ ଚନ୍ଦ୍ର ସ୍ୱାଇଙ୍କୁ ଦାୟୀତ୍ୱ ଦିଆଗଲା । ମଂଚରେ ଭଜନ ପରିବେଷଣ ପାଇଁ ଉମାକାନ୍ତ ପାଢ଼ୀ ଓ କୈଳାସ ଚନ୍ଦ୍ର ବେହେରାଙ୍କୁ ଅନୁରୋଧ କରାଗଲା । ଟେଣ୍ଟ ହାଉସ୍ ମାଲିକ ଅଶୋକ କୁମାର ପାଣିଙ୍କୁ ମଞ୍ଚ ସଜା ଓ ମାଇକ୍ ସେଟ୍ ଦେବାକୁ କୁହାଗଲା । ମଞ୍ଚସଜା ପାଣ୍ଡବ ସାହୁ ଓ ଭରତ ଚନ୍ଦ୍ର ସାହୁଙ୍କ ଉପରେ ନ୍ୟସ୍ତ କରାଗଲା । ମହାଷ୍ଟମୀରେ ମା’ଙ୍କା କାନିକା ପ୍ରସାଦ ପ୍ରସ୍ତୁତ ଦାୟୀତ୍ୱ ବିଜୟ କୁମାର ପଣ୍ଡା ଓ ହିମାଂଶୁ ଭୂଷଣ ନନ୍ଦ ଦାୟୀତ୍ୱ ନେଲେ । ପ୍ରସାଦ ବଣ୍ଟନ ସମୟରେ ଭରତ ଚନ୍ଦ୍ର ସାହୁ, ବୃନ୍ଦାବନ ମିଶ୍ର ଓ ମଧୁସୂଦନ ମହାନ୍ତିଙ୍କୁ ଦାୟୀତ୍ୱ ଦିଆଗଲା । ମଂଚରେ କାଗଜପତ୍ର କାର୍ଯ୍ୟ କରିବାକୁ କ୍ଷୀରୋଧ ଚନ୍ଦ୍ର ପାଠୀଙ୍କୁ ଦାୟୀତ୍ୱ ଦିଆଗଲା । ଆସନ୍ତା ସେପ୍ଟେମ୍ବର ୨୬ ତାରିଖ ସୋମବାର ଦିନ ୪.୩୦ ସମୟେରେ ସେବା ସମିତିର ଚୁଡାନ୍ତ ବୈଠକ ଅନୁଷ୍ଠିତ ହେବ । ଏଥିରେ ସମିତିର ସମସ୍ତ ସଭ୍ୟ ବହୁସଂଖ୍ୟାରେ ଯୋଗଦେବା ପାଇଁ ଅନୁରୋଧ କରାଗଲା । ଏହି ସମସ୍ତ କାର୍ଯ୍ୟ ତଦାରଖ କରିବା ନିମନ୍ତେ ବରିଷ୍ଠ ସଭ୍ୟ ନୃସିଂହ ଚରଣ ମହାନ୍ତି ଓ ଗଦାଧର ରାଉତଙ୍କୁ ଅନୁରୋଧ କରାଗଲା । ସମ୍ପାଦକ ପାଣ୍ଡବ ବାବୁଙ୍କ ଆଶୁଆରୋଗ୍ୟ କାମନା କରି ମା’ଙ୍କୁ ଜଣାଗଲା । ଶେଷରେ ସଭ୍ୟ ବ୍ରହ୍ମାନନ୍ଦ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
