ସଫଳ ହେଲା ସ୍ପେସ-ଏକ୍ସ ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
In this Sunday, Sept. 12, 2021 photo made available by SpaceX, from left, Chris Sembroski, Sian Proctor, Jared Isaacman and Hayley Arceneaux sit in the Dragon capsule at Cape Canaveral in Florida, during a dress rehearsal for the upcoming launch. The fully automated Dragon is the same kind that SpaceX uses to send astronauts to and from the International Space Station for NASA. But the chartered flight won't be going there. (SpaceX via AP)
ୱାସିଂଟନ : ମହାକାଶ ଯାତ୍ରା କରି ଫେରିଲେ ୪ ସାଧାରଣ ନାଗରିକ । ସମୁଦ୍ରରେ ଓହ୍ଲାଇଲା ସ୍ପେସଏକ୍ସର ଡ୍ରାଗନ ରକେଟ୍ । ପୃଥିବୀ କକ୍ଷରେ ୩ ଦିନ ପରିକ୍ରମା କରିବା ପାଇଁ ୪ଜଣ ବ୍ୟକ୍ତି ଏକ ଘରୋଇ ଉଡାଣରେ ବାହାରିଥିଲେ । ଏବେ ଏହି ୪ ଜଣ ପୃଥିବୀ ପରିକ୍ରମା କରି ସଫଳତାପୂର୍ବକ ଫେରି ଆସିଛନ୍ତି । ଏମାନଙ୍କୁ ଆମେରିକା କେନେଡି ସ୍ପେଶ ସେଣ୍ଟରରୁ ନେଇଯାଇଥିବା ସ୍ପେସଏକ୍ସର ଡ୍ରାଗନ ରକେଟ ୩ ଦିନ ପର୍ଯ୍ୟନ୍ତ ପୃଥିବୀ ପରିକ୍ରମା କରିବା ପରେ ସଫଳ ଭାବେ ସମୁଦ୍ରରେ ଓହ୍ଲାଇଛି । ଏମାନେ ପୃଥିବୀ କକ୍ଷରେ ପରିକ୍ରମା କରିଥିବା ପ୍ରଥମ ସାଧାରଣ ନାଗରିକ। ଇନସ୍ପିରେଶନ ୪ ର ୪ ଜଣ ମହାକାଶ ଯାତ୍ରୀ ପାରାଶୁଟ ସହାୟତାରେ ଆମେରିକା ସମୟ ଅନୁସାରେ ଶନିବାର ସନ୍ଧ୍ୟା ୭ଟାରେ ଆଟଲାଣ୍ଟିକ ମହାସାଗରରେ ସୁରକ୍ଷିତ ଭାବେ ଓହ୍ଲାଇଥିଲେ ।
Splashdown! Welcome back to planet Earth, @Inspiration4x! pic.twitter.com/94yLjMBqWt
— SpaceX (@SpaceX) September 18, 2021
ସୂଚନା ଯେ, ଗତ ସେପ୍ଟେମ୍ବର ୧୬ରେ ଭାରତୀୟ ସମୟ ଭୋର ୫ଟା ୩୩ରେ ଏମାନେ ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେଶ ସେଣ୍ଟରୁ ମହାକାଶ ଯାତ୍ରା କରିଥିଲେ । ଏହି ମହାକାଶ ଯାନ ପ୍ରଥମଥର ଲାଗି ସାଧାରଣ ନାଗରିକଙ୍କୁ ନେଇ ପୃଥିବୀ କକ୍ଷରେ ଲଞ୍ଚ ହୋଇଥିଲା । ଆଉ ଏହି ରକେଟରେ ଥିବା ସମସ୍ତ ଯାତ୍ରୀ ପେଶାରେ ମହାକାଶ ଯାତ୍ରୀ ନଥିଲେ ।
