ସୋର ରେଳ ଷ୍ଟେସନରେ ଅଘଟଣ : ସଟସର୍କିଟରୁ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଗଲେ ରେଳ କର୍ମଚାରୀ
ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ରେଳ ଷ୍ଟେସନରେ ଅଘଟଣ। ଗତ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ଷ୍ଟେସନ ପରିସରରେ ଥିବା ଟିକେଟ୍ କାଉଣ୍ଟର ଓ ରିଜର୍ଭସନ କାଉଣ୍ଟରକୁ ଲାଗି ରହିଥିବା ବିଦ୍ୟୁତ୍ କଣ୍ଟ୍ରୋଲ ରୁମରେ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।
ତେବେ ରେଳ କର୍ମଚାରୀ ଟିକେଟ୍ କାଉଣ୍ଟରରେ ଶୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଷ୍ଟେସନ ପୁରା ଧୂଆଁମୟ ହୋଇଯାଇଥିଲା । ଖବର ପାଇ ସୋର ଦମକଳ ବାହିନୀର ଦୁଇଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଦମକଳ ବାହିନୀର ଅଧିକାରୀ, ଷ୍ଟେସନ ପରିସରର ଥିବା ୩ଟି ନିଆଁ ଲିଭା ଯନ୍ତ୍ରର ପରୀକ୍ଷଣ କରି ୩ ମାସରୁ ଉର୍ଦ୍ଧ୍ବ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ସୋର ରେଳ ଷ୍ଟେସନ୍ ପରି ଏକ ଗୁରୁତ୍ବପୁର୍ଣ୍ଣ ସ୍ଥାନରେ ରେଳ ବିଭାଗର ଏଭଳି ଖାମଖିଆଲକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
