ବାରିପଦାରେ ବିହାରୀ ସଂପ୍ରଦାୟର ଛୋଟ ପୁଜା
ବାରିପଦା : ଆଜି ବାରିପଦାର ବିଭିନ୍ନ ଅଂଚଳରେ ଥିବା ବିହାରୀ ସଂପ୍ରଦାୟର ଲୋକମାନେ ଆନନ୍ଦ ଉଲ୍ଲାସର ସହ ଛୋଟ ପର୍ବ ପାଳନ କରିଛନ୍ତି । ଚର୍ତୁଦିନାତ୍ମକ ଏହି ପୁଜାରେ ଶ୍ରଦ୍ଧାଳୁ ମାନେ ବଡିଭୋରରୁ ବିଭିନ୍ନ ଜଳାଶୟ ନିକଟରେ ଏବଂ ନଦୀ ତଟରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦାନ ପୁର୍ବକ ଧୁପ, ଦୀପ,ନୈବେଦ୍ୟ ସମର୍ପଣ କରିଛନ୍ତି । ଘରେ ନିଷ୍ଠାର ସହ ତିଆରି କରିଥିବା ବିଭିନ୍ନ ପ୍ରକାରର ପିଠା, ମିଠାରେ ପ୍ରସାଦ ସହିତ ପାଚିଲା କଦଳୀ କାନ୍ଧି ସୂର୍ଯ୍ୟ ଭଗବାନଙ୍କ ନିକଟରେ ଭୋଗ ଭାବରେ ଲାଗୁ କରିଛନ୍ତି । ଏହି ପର୍ବ ବିଶେଷ ଭାବରେ ବିହାର, ଝାଡଖଣ୍ଡ ପ୍ରଦେଶର ମୂଖ୍ୟ ପର୍ବ ହୋଇଥିବା ବେଳେ ଉତର ପ୍ରଦେଶ ଏବଂ ପଡୋଶୀ ରାଷ୍ଟ୍ର ନେପାଳରେ ଆଂଶିକ ଭାବରେ ମନାଯାଇଥାଏ । କାର୍ତ୍ତିକମାସ ଶୁକ୍ଳପକ୍ଷ ଷଷ୍ଠୀ ତୀଥିରେ ଏହି ପର୍ବକୁ ହିନ୍ଦୁ ରିତିନିତିରେ ମନାଯାଇଥାଏ । ଏହି ପୁଜାରେ ମୂଖ୍ୟତଃ ସୂର୍ଯ୍ୟ ଦେବଙ୍କୁ ଉପାସନା କରାଯାଇଥାଏ । ଅବିଭକ୍ତ ବିହାର ରାଜ୍ୟରୁ ଆରମ୍ଭ ହୋଇଥିବା ଏହି ପର୍ବ ଏବଂ ସୂର୍ଯ୍ୟ ପୁଜାର ପରମ୍ପରା ଏବେ ଭାରତ ବାହାରେ ଥିବା ଶ୍ରଦ୍ଧାଳୁ ମାନେ ମଧ୍ୟ ଆଜିର ଦିନରେ ବଡ ଆନନ୍ଦ ଏବଂ ଉଲ୍ଲାସର ସହ ଏହି ପର୍ବ ମନାଉଛନ୍ତି । ଆଜି ଏହି ପର୍ବର ଶେଷ ଦିବସରେ ପୁରୁଷ ସ୍ତ୍ରୀ ବୁଢା ଜବାନ ସମସ୍ତଙ୍କୁ ଭକ୍ତି ଭାବନାର ସହ ପାଣି ମଧ୍ୟରେ ପ୍ରବେଶ କରି ଅର୍ଘ୍ୟ ସମର୍ପଣ କରୁଥିବାର ଦେଖିବାକୁ ମିଳିଛି । ଗତକାଲି ମଧ୍ୟ ଶ୍ରଦ୍ଧାଳୁ ମାନେ ଅସ୍ତଗାମୀ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା କରିଥିଲେ । ଏହି ପୁଜାରେ ଧନୀ ଗରିବ ସମସ୍ତେ ଏକ ହୋଇ ଭକ୍ତି ଭାବନାର ସହ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି ।
