ବଦଳିଲେ ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାପାଳ
- ବରିଷ୍ଠ ପ୍ରଶାସନିକସ୍ତରରେ ଛୋଟ ଧରଣର ଅଦଳବଦଳ
ଭୁବନେଶ୍ୱର : ବରିଷ୍ଠ ପ୍ରଶାସନିକ ସ୍ତରରେ ସୋମବାର ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଂଚାୟତିରାଜ ବିଭାଗର ନିର୍ଦ୍ଦେଶକଭାବେ ନିଯୁକ୍ତି ଦିଆଯାଇଛି । ପଂଚାୟତିରାଜ ବିଭାଗର ନିର୍ଦ୍ଦେଶକ ଥିବା ଆଇଏଏସ୍ ଅଧିକାରୀ ଉମାକାନ୍ତ ତ୍ରିପାଠୀଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ।
ସେହିପରି ଢେଙ୍କାନାଳ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେହିପରି ଓଡ଼ିଶା ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍ ସରୋଜ କୁମାର ସେଠୀଙ୍କୁ ଭୂମେଶଙ୍କ ସ୍ଥାନରେ ଢେଙ୍କାନାଳ ଜିଲ୍ଲାପାଳ ଏବଂ ଆୟୁଷ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍ ତ୍ରିଲୋଚନ ମାଝୀଙ୍କୁ ଜ୍ଞାନ ରଂଜନ ଦାସଙ୍କ ସ୍ଥାନରେ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।
