ଲାଇଟ୍ ଲଗାଇ ଶୋଇବା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ, ଦେଖାଦେଇପାରେ ଏହି ସବୁ ସମସ୍ୟା
ସମସ୍ତଙ୍କର ଶୋଇବା ଶୈଳି ଭିନ୍ନ ଭିନ୍ନ ଥାଏ । କେତେ ଜଣ ଅନ୍ଧାରରେ ତ ଆଉ କେତେ ଜଣ ଲାଇଟ୍ ଲଗାଇ ଶୋଇବାକୁ ପସନ୍ଦ କରନ୍ତି । ନିକଟରେ ‘ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟି ଫନବର୍ଗ ସ୍କୁଲ ଅଫ୍ ମେଡିସିନ’ ପକ୍ଷରୁ ହୋଇଥିବା ଏକ ନୂତନ ଗବେଷଣାରୁ ଜଣାପଡିଛି ଯେ ଲାଇଟ୍ ଲଗାଇ ଶୋଇବା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ । ଲାଇଟରେ ଶୋଇବା ଦ୍ୱାରା ରକ୍ତ ଶର୍କରାଓ ହୃଦସ୍ପନ୍ଦନ ବଢିଯାଇଥାଏ । ଏହା ଦ୍ୱାରା ଡାଇବେଟିସ୍ ଟାଇପ୍ ୨, ହୃଦଘାତ ଓ ଅନ୍ୟ କେତେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ । ଗବେଷଣାର ତଥ୍ୟ ଅନୁଯାୟୀ, ଦିନରେ ହୃଦସ୍ପନ୍ଦନ ଅଧିକ ଥିବାବେଳେ, ରାତିରେ କମିଯାଏ ।
ରାତିରେ ନିଦ ଦ୍ୱାରା ଆମର ମସ୍ତିଷ୍କ ଶରୀରକୁ ସୁସ୍ଥ ରଖିବାରେ ପ୍ରକ୍ରିୟା ଆରମ୍ଭ କରେ । ତେଣୁ ଏହି ସମୟରେ ହୃଦସ୍ପନ୍ଦନ ଅଧିକ ହୋଇଥାଏ । ତେଣୁ ଦୃଦଘାତର ଆଶଙ୍କା ବଢିଯାଏ । ଆଲୋକରେ ଶୋଇଲେ ଭବିଷ୍ୟତରେ ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ପାଏ । ତେଣୁ ଏ କ୍ଷେତ୍ରରେ ସତର୍କ ରହିବା ପାଇଁ ‘ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟି ଫନବର୍ଗ ସ୍କୁଲ ଅଫ୍ ମେଡିସିନ’ ପକ୍ଷରୁ କିଛି ଚେତାବନୀ ମଧ୍ୟ ଦିଆଯାଇଛି । ଯଥା ଲାଇଟର ରଙ୍ଗ ପ୍ରତି ଧ୍ୟାନ ଦେବା ଉଚିତ୍ । ନୀଳ , ଲାଲ୍, କମଳା ଏବଂ ଅତ୍ୟଧିକ ଆଲୋକ ଥିବା ଧଳା ରଙ୍ଗର ଲାଇଟ୍ ଆଖି ଉପରେ ଅଧିକ ପ୍ରଭାବ ପକାଇଥାେ । ଯଦି ଲାଇଟ୍ ନ ଲଗାଇଲେ ନିଦ ହେଉନାହିଁ, ତେବେ ଶୋଇବା ବେଳଏ ଆଇମାସ୍କ ବ୍ୟବହାର କରନ୍ତୁ ବେଂ ବେଡ୍ ଲାଇଟକୁ ଖଟ ପାଖରୁ ଦୂରରେ ରଖନ୍ତୁ ।
ସେହିପରି ନିଦ ସ୍ୱାସ୍ଥ୍ୟବସ୍ଥା ପାଇଁ ଚମକ୍ରାର ଫଳ ପ୍ରଦାନ କରିଥାଏ । ଭଲ ନିଦ ମାନସିକ ଚାପକୁ କମ କରିବା ସହ ମଧୁମେହ ଓ ଉଚ୍ଚରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହା ଛଡା ଯକୃତରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ପ୍ରଜନନ କ୍ଷମତା ମଧ୍ୟ ବୃଦ୍ଧି କରିଥାଏ । ମୋଟାମୋଟି ଭାବେ ନିଦ ମଣିଷ ଶରୀରକୁ ନିରୋଗ ରଖିବାର ଏକ ପ୍ରାକୃତିକ ବରଦାନ । କିନ୍ତୁ ବର୍ତମାନ ଦେଶର ଅଧିକାଂଶ ଲୋକ ମୋବାଇଲ, ଲ୍ୟାପଟପର ବିଳମ୍ବିତ ରାତି ଯାଏଁ ଚେଇଁ ରହୁଥିବାରୁ ସୁନିଦ୍ରାର ହାର କମି ଯାଉଛି । ଆଉ ଏହାର ସିଧାସଳଖ ପ୍ରଭାବ ସ୍ୱାସ୍ଥ୍ୟବସ୍ଥା ଉପରେ ପଡୁଛି ।
ଯଦି ଆପଣ ମାନସିକ ଚାପରେ ଅଛନ୍ତି, ତେବେ ଆପଣଙ୍କୁ ସୁନିଦ୍ରା ସୁଫଳ ଆଣିଦେବ ବୋଲି କହିଛନ୍ତି ଆୟୁର୍ବେଦ ଡାକ୍ତର । ହର୍ମୋନ ଅସନ୍ତୁଳନ, ତ୍ୱଚା ସମ୍ବନ୍ଧୀୟ ରୋଗ, ଥାଇରଏଡ ଓ କ୍ୟାନସର ଭଳି ଗମ୍ଭୀର ରୋଗକୁ ମଧ୍ୟ ଭଲ ନିଦ ରୋକିଥାଏ । ସେହିପରି ନିଦ ଶରୀର କ୍ଲାନ୍ତି ଦୂର କରି ସତେଜ କରୁଥିବାରୁ ମଣିଷର ଦକ୍ଷତା ବୃଦ୍ଧି ଓ ସାମଗ୍ରୀକ କଲ୍ୟାଣରେ ସହାୟକ ହୋଇଥାଏ ବୋଲି କହିଛନ୍ତି ବିଶେଷଜ୍ଞ ।
