ମାଟିଆଳି ସରକାରୀ ଉଚ୍ଚବିଦ୍ୟାଳୟରେ ରଜତଜୟନ୍ତୀ ସମାରୋହ
??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକର ମାଟିଆଳି ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଦୁଇ ଦିବସୀୟ ରଜତ ଜୟନ୍ତୀ-୨୦୨୨ ସମାରୋହ ପୁରାତନ ଛାତ୍ର ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନରେ ପ୍ରଥମ ଦିବସର ପ୍ରଥମ ଅଧିବେଶନକୁ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କୁମରବର ଦାସ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ସତ୍ୟର ସନ୍ଧାନ ହିଁ ଶିକ୍ଷାର ମୂଳମନ୍ତ୍ର ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ସମ୍ମାନିତ ବକ୍ତା ଭାବେ ରାଜ୍ୟ ସାହିତ୍ୟ ଏକାଡ଼େମୀ ସଦସ୍ୟ କବି କାଳୀପଦ ପଣ୍ଡା, ସମ୍ମାନୀତ ଅତିଥି ମାଟିଆଳି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ କୁମାର ପାଣୀଗ୍ରାହୀ, ବରେଣ୍ୟ ଅତିଥି ଭାବେ ମାଟିଆଳି ସରପଞ୍ଚ ଶାନ୍ତିଲତା ବିଶ୍ୱାଳ ଓ ସମିତିସଭ୍ୟ ଶଶଧର ମହାପାତ୍ର ମଞ୍ଚାସୀନ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଦ୍ୱିତୀୟ ପର୍ଯ୍ୟାୟ ସନ୍ଧ୍ୟାର ଅଧିବେଶନ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଏମ୍ପି ଡ. ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ମୌଳିକ ଚିନ୍ତା ଶକ୍ତିର ବିକାଶ ହେଲେ ଶିକ୍ଷାର ବିକାଶ ନିଶ୍ଚିତ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ବିଜେଡି ନେତା ସନ୍ତୋଷ କୁମାର ଖଟୁଆ ଓ ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପୁରାତନ ଛାତ୍ର ସଂସଦ ସଭାପତି ଶଶିଭୂଷଣ ଗ୍ରହାଶ୍ଚର୍ଯ୍ୟ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ନୀଳଗିରି ମହିଳା ମହାବିଦ୍ୟାଳୟର ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ୱାରା ରଜତଜୟନ୍ତୀ ବିଶେଷାଙ୍କ ସ୍ମରଣିକା ଶ୍ୟାମରାଈଜୀଉ ଉନ୍ମୋଚନ ସହ ପୁର୍ବତନ ଦକ୍ଷ ପ୍ରତିଷ୍ଠାତାଙ୍କୁ ସମ୍ବର୍ଦ୍ଧନା ପତ୍ର ଦିଆଯାଇଥିଲା । କମିଟି ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।
