ବାଲେଶ୍ୱର : ମାଲଗାଡି ଧକ୍କାରେ ସିଗନାଲ୍ ଇଞ୍ଜିନିୟରଙ୍କ ମୃତ୍ୟୁ
ବାଲେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ରେଳଷ୍ଟେସନର ୨ ନଂ ପ୍ଲାଟଫର୍ମ ରେଳଧାରଣା କଡ଼ରୁ ସିନିଅର ସେକ୍ସନ ସିଗନାଲ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର । ଦୀର୍ଘ ଦିନ ଧରି କାର୍ଯ୍ୟରତ ସିନିୟର ସେକ୍ସନ ଇଞ୍ଜିନିୟର ବାବୁଲାଲ ହେମ୍ବ୍ରମ ( ୪୦) ଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ। ଶବବ୍ୟବଚ୍ଛେଦର ବ୍ୟବସ୍ଥା କରିବା ସହ ଏନେଇ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ କହିଛି।ତେବେ ଏହା ଆତ୍ମହତ୍ୟା କି ନୁହେଁ ତାହା ତଦନ୍ତ ସାପେକ୍ଷ ବୋଲି ରେଳବାଇ କର୍ତ୍ତୃପକ୍ଷ ଓ ପୋଲିସ ପ୍ରକାଶ କରିଛି।
ସୂଚନା ଯେ, ଜଳେଶ୍ୱର ରେଳ ଷ୍ଟେସନର କାର୍ଯ୍ୟରତ ସିନିୟର ସେକ୍ସନ ସିଗନାଲ ଇଞ୍ଜିନିୟର ବାବୁଲାଲ ହେମ୍ରମ ଶନିବାର ପୂର୍ବାହ୍ନ ୫ଟା ୩୦ ମିନିଟ ସମୟରେ ରେଳ ଲାଇନ ଅତିକ୍ରମ କରୁଥିଲେ । ଏହି ସମୟରେ ଅସାବଧାନତା ଯୋଗୁଁ ମାଲଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି । ବାବୁଲାଲ ହେମ୍ରମ ମୟୁରଭଞ୍ଜ ଜିଲା ରସଗୋବିନ୍ଦପୁର ଥାନା ମଙ୍ଗଳପୁର ଗ୍ରାମର ବୋଲି ଜଣାପଡିଛି । ଦୀର୍ଘ ୧୧ ବର୍ଷ ଧରି ଜଳେଶ୍ୱର ରେଳ ବିଭାଗର ସେ କାର୍ଯ୍ୟରତ ଥିଲେ । ଘଟଣାସ୍ଥଳରେ ରେଳ ବିଭାଗ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି ।
