ପଂଚତତ୍ୱରେ ବିଲୀନ ହେଲେ ଟିଭି କଳାକାର ସିଦ୍ଧାର୍ଥ ଶୁକ୍ଳା
ମୁମ୍ବାଇ : ବିଗ୍ବସ୍ ସିଜିନ୍-୧୩ର ବିଜେତା ଏବଂ ଟିଭି କଳାକାର ସିଦ୍ଧାର୍ଥ ଶୁକ୍ଳାଙ୍କର ଶୁକ୍ରବାର ଅପରାହ୍ନ ସାଢ଼େ ତିନିଟାରେ ଓଶିବରା ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଛି । ବ୍ରହ୍ମାକୁମାରୀ ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର କରାଯାଇଛି । ଏଥିରେ ସିଦ୍ଧାର୍ଥଙ୍କ ମା ରୀତା ଶୁକ୍ଳା ଏବଂ ତାଙ୍କର ଦୁଇ ଭଉଣୀଙ୍କ ସହିତ ପରିବାରର ଅନେକ ସଦସ୍ୟ ଉପସ୍ଥିତ ଥିଲେ । ଶ୍ମଶାନ ଘାଟର ବାହାରେ ଅନେକ ସମର୍ଥକଙ୍କର ଭୀଡ଼ ଲାଗିରହିଥିଲା ।
ସିଦ୍ଧାର୍ଥ ଶୁକ୍ଲାଙ୍କ ଶବ ଶୁକ୍ରବାର ଦି କୁପର ହସ୍ପିଟାଲରୁ ଓଶିବରା ସ୍ଥିତ ଶ୍ମଶାନ ଘାଟକୁ ଅଣାଯାଇଥିଲା । ରାସ୍ତାର ଦୁଇ ପାଖରେ ଅନେକ ପ୍ରଶଂସକଙ୍କର ଭୀଡ଼ ଲାଗିରହିଥିଲା । ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର ବ୍ରହ୍ମାକୁମାରୀ ରୀତି ନୀତି ଅନୁସାରେ କରାଯାଇଥିଲା । ସେଠାରେ ତାଙ୍କର ମା, ଦୁଇ ଭଉଣୀ ଏବଂ ତାଙ୍କର ବନ୍ଧୁ ଶହନାଜ ଗିଲ୍ ମଧ୍ୟ ଉପସ୍ଥିତ ଥିଲେ । ୪୦ବର୍ଷ ବୟସ୍କ ସିଦ୍ଧାର୍ଥ ଶୁକ୍ଲାଙ୍କର ଗୁରୁବାର ଦିନ ହାର୍ଟ ଆଟାକ୍ରେ ମୃତ୍ୟୁ ହୋଇଥିଲା । ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିଯାଇଛି, ଯେଉଁଥିରେ କୌଣସି ବାହାର ଆଘାତର ନାହିଁ । ଡାକ୍ତର ବିସରାଙ୍କ ଫୋରେନ୍ସି ଯାଂଚ ପରେ ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ରିପୋର୍ଟ ଜାରି କରିବେ । ପାଂଚ ଡାକ୍ତରଙ୍କ ଟିମ୍ ଗୁରୁବାର ସନ୍ଧ୍ୟା ୭ଟା ଭିତରେ ଶବର ପୋଷ୍ଟମର୍ଟମ କରାଯାଇଥିଲା ।
