ପଡ଼ିଲା ହାତଗଣ୍ଠି, ସାତ ଜନ୍ମର ସାଥୀ ହେଲେ ସିଦ୍ଧାର୍ଥ-କିଆରା
ମୁମ୍ବାଇ : ପଡ଼ିଲା କିଆରା-ସିଦ୍ଧାର୍ଥଙ୍କ ହାତଗଣ୍ଠି। ସରିଲା ବାହାଘର । ସାତଜନ୍ମର ସାଥୀ ହେଲେ ସିଦ୍ଧାର୍ଥ-କିଆରା। ବଲିଉଡର ଷ୍ଟାର କପଲ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହ ସମ୍ପନ୍ନ ହୋଇଛି। ରାଜସ୍ଥାନ ଜୈସଲମେରର ସୂର୍ଯ୍ୟଗଡ଼ ପ୍ୟାଲେସରେ ଉଭୟଙ୍କ ବିବାହ ହୋଇଛି। ଅପରାହ୍ନ ୩ରୁ ଆରମ୍ଭ ହୋଇଥିଲା ବିବାହ ରଶମ । ବାରାତ ନେଇ ରାଜକୀୟ ଢଙ୍ଗରେ ପ୍ୟାଲେସରେ ପହଞ୍ଚିଥିଲେ ସିଦ୍ଧାର୍ଥ। ଆଉ କିଆରାଙ୍କ ସହ ସାତଫେରା ବୁଲି ତାଙ୍କୁ ସାତଜନ୍ମର ସାଥୀ କରିଥିଲେ।
ବାହାଘର ପାଇଁ ଝଲସି ଉଠୁଥିଲା ସୂର୍ଯ୍ୟଗଡ଼ ପ୍ୟାଲେସ । ତା ସାଙ୍ଗକୁ ହିନ୍ଦୁ ରୀତିନୀତି ଅନୁସାରେ ସଜ୍ଜା ହୋଇଥିଲା ବ୍ୟାଣ୍ଡ ବାରାତ । ସେପଟେ ସିଦ୍ଧାର୍ଥଙ୍କ ନାଁ ରେ ମେହେନ୍ଦୀ ପିନ୍ଧି ସଜେଇ ହୋଇ ବସିଥିଲେ କିଆରା । ପ୍ରଥମେ ହୋଇଥିଲା ମେହେନ୍ଦୀ ଆଉ ହଲଦୀ ସେରେମନି ।ଆଉ ଶେଷରେ ସିଦ୍ଧାର୍ଥଙ୍କ ସହ ସାତଫେରା ବୁଲି ହୋଇଗଲେ ସିଦ୍ଧାର୍ଥଙ୍କ ଜୀବନସାଥୀ।
ଏହି ଷ୍ଟାର କପଲ ସେମାନଙ୍କ ସମ୍ପର୍କ ବିଷୟରେ କେବେ ହେଲେ କୌଣସି ଗଣମାଧ୍ୟମରେ କହି ନଥାନ୍ତି । ତେବେ ସୂତ୍ରରୁ ସୂଚନା ମିଳଥିଲା ଯେ ଉଭୟ `ଶେରଶାହ’ ଫିଲ୍ମରୁ ହିଁ ଉଭୟଙ୍କ ପ୍ରେମରେ ପଡିଥିଲେ । କରନ ଜୋହରଙ୍କ ଏକ ଶୋ’ରେ କିଆରା କହିଥିଲେ କି ସେମାନେ କ୍ଲୋଜଫ୍ରେଣ୍ଡ ଠାରୁ ମଧ୍ୟ ଅଧିକ । ସେ ଯାହାବି ହେଉ ଏବେ ସେମାନେ ଜୀବନର ଆଉ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ତାଙ୍କ ବାହାଘରକୁ ନେଇ ତାଙ୍କ ଫ୍ୟାନମାନେ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି ।
