ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା, ସିସିଟିଭିରୁ ଜଣେ ସନ୍ଦିଗ୍ଧ ଯୁବକ ଚିହ୍ନଟ
ପୁରୀ : ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା । ଜଣେ ସନ୍ଦିଗ୍ଧ ଯୁବକ ଚିହ୍ନଟ । ସିସିଟିଭିରୁ ଚିହ୍ନଟ ହୋଇଛନ୍ତି ସନ୍ଦିଗ୍ଧ ଯୁବକ । ତେବେ ସେ ସେବାୟତ କି ଅଣସେବାୟତ ତାହା ସ୍ପଷ୍ଟ ହୋଇନାହିଁ । ଯାହା ପୁରୀ ଏସ୍ପି ସୂଚନା ଦେଇଛନ୍ତି । ଏପିରିକି ୪ ଜଣ ଜେଟିପି ସମ୍ପୃକ୍ତ ଯୁବକଙ୍କୁ ଶ୍ରୀମନ୍ଦିର ବାହାରକୁ ଆଣି ଛାଡିଥିବାର ଦୃଶ୍ୟ ସିସିଟିଭିରୁ ଜଣାପଡିଛି ।
ସେପଟେ ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ୪ ଜଣ ଜଗନ୍ନାଥ ଟେମ୍ପଲ ପୁଲିସ(ଜେଟିପି)ଙ୍କୁ ପଚରାଉଚରା କରାଯାଉଛି । ସେମାନଙ୍କୁ ସିଂହଦ୍ୱାର ଥାନା ପୁଲିସ ପଚରାଉଚରା କରୁଛି । ୪ ଜଣଙ୍କ ମଧ୍ୟରୁ ଜଣେ ବାଟଅଗଣା ଓ ନାଟମଣ୍ଡପ ଦାୟିତ୍ୱରେ ଥିଲେ । ଅନ୍ୟ ୩ ଜଣ ଜେଟିପି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ନେଇ ବାହାରେ ଛାଡ଼ିଥିଲେ । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଫଟୋକୁ ଧରି ପୁଲିସ ଅନୁସନ୍ଧାନ କରୁଛି । ଘଟଣା ଦିନ ଦାୟିତ୍ୱରେ ଥିବା ସେବାୟତଙ୍କୁ ଫଟୋ ଦେଖାଇ ପୁଲିସ ପଚରାଉଚରା କରୁଛି । ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଦାୟିତ୍ୱରେ ଥିବା ସେବାୟତଙ୍କୁ ପଚରାଉଚରା କରାଯାଉଛି ।
