ଶ୍ରଦ୍ଧା ହତ୍ୟା ମାମଲା : ଆଜି ଆଫତାବର ପଲିଗ୍ରାଫ୍ ଟେଷ୍ଟ
New Delhi, Nov 14 (ANI): Delhi Police arrested a man, Aftab Amin Poonawalla, in the allegations of chopping his live-in partner, Shraddha Walker, on Monday, as per report, the accused had watched many crime movies and web series for disposing of her body at the different places in Delhi. (ANI Photo)
ନୂଆଦିଲ୍ଲୀ : ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବ୍ ପୁନାୱାଲାର ଆଜି ପୁଣି ପଲିଗ୍ରାଫ୍ ଟେଷ୍ଟ ଚାଲିଛି। ପୋଲିସ ପଲିଗ୍ରାଫ୍ ଟେଷ୍ଟ ପାଇଁ ସକାଳେ ଆଫତାବକୁ ଫରେନସିକ୍ ଲ୍ୟାବକୁ ଆଣିଥିଲା। ଏହାପୂର୍ବରୁ ମଧ୍ୟ ଆଫତାବର ପଲିଗ୍ରାଫ୍ ଟେଷ୍ଟ କରାଯାଇଥିଲ, ଯାହାର ବିଶ୍ଳେଷଣ ପରେ ଫରେନସିକ୍ ଟିମ୍ ଆଫତାବର ଦ୍ଵୀତୀୟ ପର୍ଯ୍ୟାୟ ଟେଷ୍ଟ ପାଇଁ ନିଷ୍ପତ୍ତି ନେଇଥିଲେ। ପଲିଗ୍ରାଫ୍ ଟେଷ୍ଟ ପରେ ଅଭିଯୁକ୍ତର ନାର୍କୋ ଟେଷ୍ଟ ମଧ୍ୟ କରାଯିବ। ଅନ୍ୟପକ୍ଷରେ, ତିହାର ଜେଲ ଅଧିକାରୀଙ୍କ ସୂଚନା ଅନୁଯାୟୀ ଆଫତାବକୁ ତିହାରର ଜେଲ ନମ୍ବର ୪ରେ ରଖାଯାଇଛି ଏବଂ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଆଫଟାବଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ମଧ୍ୟ କରାଯାଇଛି।
ଜେଲ ଅଧିକାରୀଙ୍କ କହିବାନୁସାରେ, ଆଫତାବକୁ ଅନ୍ୟମାନଙ୍କଠାରୁ ଅଲଗା ରଖାଯାଇଛି | ଏହାଛଡ଼ା ସିସିଟିଭି ମାଧ୍ୟମରେ ତା’ଉପରେ ୨୪ ଘଣ୍ଟା ନଜର ରଖାଯାଉଛି | ନଭେମ୍ବର ୨୮, ୨୯ ଏବଂ ଡିସେମ୍ବର ୫ରେ ରୋହିଣୀ ସ୍ଥିତ ଫରେନସିକ୍ ଲ୍ୟାବ୍ ନିର୍ଦ୍ଦେଶକଙ୍କ ଆଗରେ ଆଫତାବକୁ ହାଜର କରିବାକୁ ଜେଲ୍ ଅଧୀକ୍ଷକଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ସୂଚନା ଯେ, ଶ୍ରଦ୍ଧା ହତ୍ୟା ମାମଲାରେ ଆଫାତାବକୁ ଶନିବାର ୧୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଆଫତାବ ତା’ର ଲିଭ୍-ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ସେ ମୃତଦେହକୁ ୩୫ ଖଣ୍ଡରେ କାଟି ୧୮ ଦିନ ଯାଏଁ ଦିଲ୍ଲୀ-ଏନସିଆରର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା । ଶ୍ରଦ୍ଧାଙ୍କ ହତ୍ୟାର ପ୍ରାୟ ୬ ମାସ ପରେ ଏହି ମାମଲା ସାମ୍ନାକୁ ଆସିଥିଲା ।
