ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ କାରଣ ଦର୍ଶାଅ ନୋଟିସ
ମୁମ୍ବାଇ : କ୍ରୁଜ ଡ୍ରଗ ପାର୍ଟି ମାମଲାରେରେ ଚର୍ଚ୍ଚାରେ ଥିବା ଏନସିବିଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ପାଇଁ ବଢୁଛି ଅଡୁଆ । ୱାଙ୍ଖଡେଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଅବକାରୀ ବିଭାଗ । ନଭି ମୁମ୍ବାଇରେ ସମୀର ୱାଙ୍ଖଡେଙ୍କ ମାଲିକାନରେ ଥିବା ଏକ ବାର୍ ଲାଇସେନ୍ସ ମାମଲାରେ ତାଙ୍କୁ ନୋଟିସ୍ ଜାରି କରିଛି ବିଭାଗ ।
ୱାଙ୍ଖଡେ ପୁଣି ଥରେ ବିବାଦର ଶିକାର ହେଉଥିବା ଦେଖାଯାଇଛି । ଏବେ ଆଉ ଏକ ନୂଆ ଖୁଲାସା ହୋଇଛି । ଯେଉଁଥିରେ କୁହାଯାଇଛି କି ସମୀର ୱାଙ୍ଖଡେଙ୍କ ନାଁରେ ଏକ ବାରର ଲାଇସେନ୍ସ ରହିଛି । ୱାଙ୍ଖଡେ ନାବାଳକ ଥିବା ସମୟରେ ତାଙ୍କୁ ଲାଇସେନ୍ସ ମିଳିଥିବା ବିଭାଗୀୟ ଅଧିକାରୀ କହିଛନ୍ତି । ସୂଚନା ଯେ, ସମୀର ୱାଙ୍ଖଡେଙ୍କୁ ମାତ୍ର ୧୭ ବର୍ଷ ବୟସରେ ବାର୍ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଏଣୁ ବାର୍ ଲାଇସେନ୍ସ ନିୟମ ଖିଲାପ ମାମଲାରେ ତାଙ୍କୁ ରାଜ୍ୟ ଅବକାରୀ ବିଭାଗ କାରଣ ଦର୍ଶାଅ ନୋଟିସ ପଠାଇଛି ।
