ଏଣିକି ରାଜ୍ୟ ବାହାରୁ ଔଷଧ ଆଣିପାରିବେନି ଦୋକାନୀ
Pharmacist or doctor hand holding pack of antibiotic capsule pills and giving patient or people. Antibiotic drug overuse. Antimicrobial drug resistance. Community pharmacist. Drugstore background.
କଟକଣା ଲଗାଇଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ
ଭୁବନେଶ୍ବର : ନକଲି ଔଷଧ କାରବାର ଉପରେ ଲଗାମ ପାଇଁ ପଦକ୍ଷେପ । ଏଣିକି ରାଜ୍ୟ ବାହାରୁ ନିଜ ଆଡୁ କୌଣସି ଔଷଧ ଦୋକାନୀ ଔଷଧ ଆଣିପାରିବେ ନାହିଁ । ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସଂଘର ଏକ ଜରୁରୀ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର । ଔଷଧର ନକଲି କାରବାରକୁ ରୋକିବା ପାଇଁ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ନିକଟରେ ଟେଲମା-୪୦ ଓ ଟେଲମା-ଏଚ ଔଷଧର ନକଲି କାରବାର ଘଟଣା ପଦାକୁ ଆସିବା ପରେ ତନାଘନା ହୋଇଥିଲା ।
ସଂଘର ନିଷ୍ପତ୍ତି କ୍ରମେ ବିଭିନ୍ନ ଔଷଧ କମ୍ପାନୀର ସି ଆଣ୍ଡ ଏଫ୍ ଏଜେଣ୍ଟ ଅଛନ୍ତି । ଦୋକାନୀ କେବଳ ଏଜେଣ୍ଟଙ୍କ ଠାରୁ ଔଷଧ କିଣିପାରିବେ। ତେବେ ଅଧିକ କମିଶନ ଲୋଭରେ ନିଜ ଆଡୁ ରାଜ୍ୟ ବାହାରୁ କୌଣସି ଔଷଧ ଆଣିପାରିବେ ନାହିଁ । ଏନେଇ ସଂଘ ପକ୍ଷରୁ ରାଜ୍ୟର ସମସ୍ତ ଔଷଧ ଦୋକାନୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।
