ପଞ୍ଜାବକୁ ଝଟକା : ଆଇପିଏଲ ଛାଡ଼ିଲେ ଗେଲ
ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୧ ସଂସ୍କରଣର ପ୍ଲେଅଫ ଖେଳିବା ପାଇଁ ଉଦ୍ୟମ କରୁଥିବା ପଂଜାବ କିଙ୍ଗ୍ସକୁ ଶକ୍ତ ଝଟକା ଲାଗିଛି। କାରଣ ଟିମ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ ଗେଲ ଆଇପିଏଲ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ରିସ ଗେଲ ୟୁଏଇରେ ଜାରି ଥିବା ଟୁର୍ଣ୍ଣାମେଣ୍ଟ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ପଂଜାବ କିଙ୍ଗ୍ସ ଏକ ବୟାନରେ କହିଛି ଯେ, କ୍ରିସ ଗେଲ ଆଇପିଏଲ ଛାଡୁଛନ୍ତି। ସିପିଏଲ ଓ ପୁଣି ଆଇପିଏଲର ଅଂଶ ହେବା ପରେ ସେ ୟୁଏଇ ଓ ଓମାନରେ ହେବାକୁ ଥିବା ଟି-୨୦ ବିଶ୍ବକପ ପାଇଁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରୁଛନ୍ତି। ସେ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ଅନ୍ତର୍ଜାତୀୟ ଟିମ ୱେଷ୍ଟଇଣ୍ଡିଜ ସହ ଖେଳିବେ। ଅନ୍ୟପଟରେ ଶୁକ୍ରବାର ପଞ୍ଜାବ ଓ କୋଲକାତା ମଧ୍ୟରେ ମ୍ୟାଚ ଖେଳାଯିବ। କିନ୍ତୁ ଏହି ମ୍ୟାଚରେ କ୍ରିସ ଗେଲ ଅନୁପସ୍ଥିତ ରହିବେ। କେଏଲ ରାହୁଲଙ୍କ ପଂଜାବ ଟିମ ଲାଗି ପ୍ଲେଅଫ ଦୌଡ ପାଇଁ ସଂକଟ ବଢ଼ିଛି। ଆଜି ଏହି ମ୍ୟାଚ ପଂଜାବ ପାଇଁ କର ବା ମର ପରିସ୍ଥିତି ହେବ। ରାହୁଲ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାସ୍ତ ହେବା ପରେ କହିଥିଲେ ଯେ, ଦଳକୁ ଭଲ ଖେଳିବା ପାଇଁ ସଂଶୋଧନ କରିବାକୁ ପଡ଼ିବ।
